ମାଲୱିର ଉପରାଷ୍ଟ୍ରପତି ନିଖୋଜ

0

କୁଆଡେ ଗଲେ ମାଲୱିର ଉପରାଷ୍ଟ୍ରପତି । ବିମାନ ନିଖୋଜ ହେବାର ଗୋଟିଏ ଦିନ ପରେ ବି ମିଳୁନି ସନ୍ଧାନ । ପୂର୍ବ-ଦକ୍ଷିଣ ଅଫ୍ରିକାର ମାଲଓ୍ବିର ଡିଫେନ୍ସ ଫୋର୍ସ ଉପରାଷ୍ଟ୍ରପତି ସୋଲସ କ୍ଲାସ୍ ଚିଲିମାଙ୍କ ସନ୍ଧାନରେ ଲାଗି ପଡ଼ିଛି । ପୂରା ରେସକ୍ୟୁ ଟିମ୍ ଯାଞ୍ଚ ଅପରେସନକୁ ଜୋରଦାର କରିଛନ୍ତି । ମାଲଓ୍ବି ରାଷ୍ଟ୍ରପତି ପ୍ରତିକ୍ରିୟା ଦେଇ କହିଛନ୍ତି, ଉପରାଷ୍ଟ୍ରପତି ବିମାନ ନମିଳିବା ଯାଏଁ ଖୋଜାଖୋଜି ଜାରି ରହିବ ।

ନ୍ୟୁଜ୍ ଏଜେନ୍ସି ରାୟଟର୍ସ ଅନୁଯାୟୀ, ସୋମବାର ଉପରାଷ୍ଟ୍ରପତିଙ୍କ ସହିତ ମାଲଓ୍ବି ଡିଫେନ୍ସ ଫୋର୍ସର ୯ଜଣ ସଦସ୍ୟ ବିମାନରେ ଯାତ୍ରା କରୁଥିଲେ । ଉପରାଷ୍ଟ୍ରପତି ସୋଲସ କ୍ଲାସ୍ ଚିଲିମାଙ୍କ ସହିତ ପ୍ରତିନିଧି ମଣ୍ଡଳୀ ରାଜଧାନୀ ଲିଲଙ୍ଗୱେରୁ ୩୪୦ କିଲୋମିଟର ଦୂର ମଜୁଜୁକୁ ଯାତ୍ରା ଆରମ୍ଭ କରିଥିଲେ । ରାଜଧାନୀରୁ ଉଡାଣ ଭରିବାର କିଛି ସମୟ ପରେ ବିମାନଟି ରାଡାର ବାହାରକୁ ଚାଲିଯାଇଥିଲା ଏବଂ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ଏହା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦକ୍ଷିଣ-ପୂର୍ବ ଆଫ୍ରିକା ସେନାର ଯବାନ ମାନେ ରେସକ୍ୟୁ ମିଶନରେ ସାମିଲ୍ ହୋଇଛନ୍ତି । ଉପରାଷ୍ଟ୍ରପତିଙ୍କ ବିମାନକୁ ଠାବ ନହେବା ଯାଏଁ ଅପରେସନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Leave a comment