ବିମାନ ବନ୍ଦରରୁ ଯାତ୍ରୀ ବୁହାହେଲେ ଆମ୍ବୁଲାନ୍ସରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତୈଳଦର ବୃଦ୍ଧି ପ୍ରତିବାଦରେ ସମଗ୍ର ଦେଶରେ ଆଜି କଂଗ୍ରେସ ତରଫରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ସାଧାରଣ ଜନତାଙ୍କ ସହ ୧୭ ଟି ରାଜନୈତିକ ଦଳ ମଧ୍ୟ ଏହାକୁ ସମର୍ଥନ କରିଥିଲେ । ଏହା ସକାଳ ୬ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିଲା । ଅନେକ ସ୍ଥାନରେ ଟ୍ରେନ, ବସ, ଟ୍ରକ ଆଦି ଅଟକି ରହିଥିବା ଦେଖିବାକୁ ମିଳିଥିଲା । ମାତ୍ର ଏହା ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦରରେ ଏକ ଅଭିନବ ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ବିମାନ ବନ୍ଦରରୁ ଆମ୍ବୁଲାନ୍ସ ଯୋଗେ ଯାତ୍ରୀ ବୁହାଯାଉଥିଲେ । କାରଣ ଆମ୍ବୁଲାନ୍ସ, କ୍ଷୀର ଗାଡି ଓ ମେଡ଼ିସିନ ଷ୍ଟୋରକୁ ଏହି ବନ୍ଦରୁ ବାଦ ଦିଆଯାଇଥିଲା ।

ଯେହେତୁ ରୋଗୀଙ୍କ ଅସୁବିଧା ନହେବା ପାଇଁ ଏହାକୁ ବନ୍ଦରୁ ବାଦ ଦିଆଯାଇଥିଲା, ଏହାର ଫାଇଦା ଉଠାଇଥିଲେ କିଛି ଘରୋଇ ହସ୍ପିଟାଲ । ସେମାନେ ନିଜ ଆମ୍ବୁଲାନ୍ସକୁ ବିମାନ ବନ୍ଦରରୁ ଯାତ୍ରୀ ପରିବହନ ପାଇଁ ବ୍ୟବହାର କରିଥିବା ଦେଖିବାକୁ ମିଳିଛି । ଏହାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇ ଘୁରିବୁଲୁଛି ।

Leave a comment