ଭୁବନେଶ୍ବର AIIMS ର ରିପୋର୍ଟ; ପାର୍ଥଙ୍କ ଠାରେ ନାହିଁ କୌଣସି ସ୍ବାସ୍ଥ୍ୟଗତ ଜଟିଳତା

ଭୁବନେଶ୍ବର AIIMS ରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଭର୍ତ୍ତି ହୋଇଥିବା ଗିରଫ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଠାରେ ନାହିଁ କୌଣସି ସ୍ବାସ୍ଥ୍ୟଗତ ଜଟିଳତା । ଗତକାଲି ତାଙ୍କୁ କୋଲକାତା ଉଚ୍ଚ ନ୍ୟାୟାଳୟ ଭୁବନେଶ୍ବର ଏମ୍ସରେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏୟାର ଲିଫ୍ଟ କରିବାକୁ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ଆଜି ସକାଳେ ଭୁବନେଶ୍ବର ଏମ୍ସକୁ ଏୟାର ଲିଫ୍ଟ ହୋଇଥିଲେ ପାର୍ଥ । ଅପରାହ୍ନରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଆସିବା ପରେ କୋର୍ଟରେ ଭର୍ଚ୍ଚୁଆଲି ଦାଖଲ କରିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ପାର୍ଥଙ୍କ ଠାରେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ ଓ ସେ ଏପରି କରି ତଦନ୍ତରୁ ବାହାରେ ରହିବାକୁ ପ୍ରୟାସ କରୁଥିବା ମଧ୍ୟ କୋର୍ଟଙ୍କୁ ଅବଗତ କରିଛି ତଦନ୍ତକାରୀ ସଂସ୍ଥା । ସେହିପରି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାରୁ ତାଙ୍କୁ ଜେରା ପାଇଁ ନ୍ୟାୟିକ ଜେପାଜତକୁ ନିଆଯାଇପାରିବା ନେଇ ମଧ୍ୟ ଇଡି କହିଛି । ଆଜି ଅପରାହ୍ନରେ ତାଙ୍କୁ ଭର୍ଚ୍ଚୁଆଲି କୋଲକାତାର ଏକ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଛି ।