ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଏମ୍ସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେଲା ଭୁବନେଶ୍ୱରର ଏମ୍ସ । ପୂର୍ବରୁ ରାଜ୍ୟର ସମସ୍ତ ସରକାରୀ ଓ ଅନୁବନ୍ଧିତ ହସ୍ପିଟାଲରେ ରୋଗୀମାନେ ଏହି ଯୋଜନାର ଲାଭ ପାଉଥିଲେ । ଏବେଠାରୁ ଏମ୍ସରେ ମଧ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଲାଭ ପାଇପାରିବେ । ପୂର୍ବରୁ ଏହି ଯୋଜନାରେ ରାଜ୍ୟର ସମସ୍ତ ମେଡିକାଲକୁ ସାମିଲ ହୋଇଥିବା ବେଳେ ମଙ୍ଗଳବାରଠାରୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ଏହି ଯୋଜନାରେ ସାମିଲ କରାଯାଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଓ ଏମ୍ସ ନିର୍ଦ୍ଦେଶିକାଙ୍କ ଉପସ୍ଥିତିରେ ଏକ ଏମଓୟୁ ସ୍ବାକ୍ଷର ହୋଇଛି ।
ସୂଚନାଯୋଗ୍ୟ, ଏହି ଯୋଜନାରେ ରାଜ୍ୟର ପ୍ରାୟ ୭୦ ଲକ୍ଷ ପରିବାର ଉପକୃତ ହେବେ । ଏହି ଯୋଜନା ପାଇଁ ରାଜ୍ୟ ସରକାର ୨୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ବାର୍ଷିକ ପରିବାର ପିଛା ୫ଲକ୍ଷ ପର୍ଯ୍ୟନ୍ତ ସହାୟତା ଓ ମହିଳାମାନେ ୭ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟସେବା ସୁବିଧା ପାଇପାରିବେ ।