ନିର୍ବାଚନୀ ଇସ୍ତାହାରକୁ ନେଇ ଏଆଇସିସି ନେତ୍ରୀଙ୍କ ଖବରଦାତା ସମ୍ମିଳନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ଇତିମଧ୍ୟରେ ଏଆଇସିସିର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଥିବା ବେଳେ ଆଜି ଏ ନେଇ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଏଆଇସିସି ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ଯୋଗଦେଇଥିଲେ । ଏହି ଅବସରରେ ସେ କହିଥିଲେ, କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ଅତି ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କା ପ୍ରଦାନ କରାଯିବ । ଏଥିସହ ଋଣ ନ ସୁଝିଲେ ଚାଷୀଙ୍କ ବିରୋଧରେ ସିଭିଲ୍ ଅଫେନ୍ସ କେସ୍ ହେବ, ବେକାରୀଙ୍କ ପାଇଁ ଚାକିରି ସୁବିଧା ମଧ୍ୟ କରାଯିବ ବୋଲି ପ୍ରିୟଙ୍କା କହିଥିଲେ ।
କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କ ଋଣଛାଡ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଥିଲେ । ଆସନ୍ତାକାଲି ଓଡିଶା କଂଗ୍ରେସର ର୍ନିବାଚନୀ ଇସ୍ତାହାର ପ୍ରକାଶ ପାଇବାରେ ବୋଲି ଜଣାପଡ଼ିଛି । ଏହି ଖବରଦାତା ସମ୍ମିଳନୀରେ ଏଆଇସିସି ନେତ୍ରି ପ୍ରିୟଙ୍କା, ପିସିସି ସଭାପତିଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।