ସୁରଙ୍କୁ ୬ ବର୍ଷ ପାଇଁ ବହିଷ୍କାର କଲା ଏଆଇସିସି

0

ବିଧାୟକ ସୁୁରେଶ ରାଉତରାୟଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି। ସୁରେଶ ରାଉତରାୟଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି । ସୁରଙ୍କୁ ୬ ବର୍ଷ ପାଇଁ ବହିଷ୍କାର କଲା ଏଆଇସିସି । ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ ଜରିଆରେ ସୂଚନା ଦିଆଯାଇଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ନିଜକୁ ସଚ୍ଚୋଟ କଂଗ୍ରେସ ବୋଲି ଦାବି କରି ବିଜେଡିର ସାଂସଦ ପ୍ରାର୍ଥୀ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବାକୁ କଂଗ୍ରେସ ଗୁରୁତ୍ୱ ସହ ନେଇଛି । ତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରୁ ଦଳରୁ ବହିଷ୍କାର କରିଛି । ସୁରଙ୍କ ଦୋମୁହାଁ ଚରିତ୍ର ପଦାରେ ପଡ଼ିବା ସହ ତାଙ୍କର ରାଜନୀତିକ କ୍ୟାରିୟର ଶେଷାର୍ଦ୍ଧରେ କଂଗ୍ରେସରୁ ଏଭଳି ଅପମାନିତ ହେବାକୁ ପଡ଼ିଛି ।

Leave a comment