ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଲିଛି ଘନଘନ ରେଡ୍; ସକାଳେ ପରେ ଏବେ ସଂନ୍ଧ୍ୟାରେ ଜିଏସଟିର ଚଢ଼ାଉ
ପଦ୍ମପୁର ଉପନିର୍ବାଚନ ପୂର୍ବରୁ ଚାଲିଛି ଘନଘନ ରେଡ୍ । ଆଜି ପୁଣି ଏକ ଲୁଗା ଦୋକନ ଓ ପେଟ୍ରୋଲ ପମ୍ପରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି । ତାହା ସହ ପାଇକମାଲ ଓ ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ବି ଜୋରଦାର ଚଢ଼ାଉ କରୁଛି ଜିଏସଟି ବିଭାଗ । ଏହି ସବୁ ଚଢ଼ାଉ ବର୍ତ୍ତମନ ରାଜନୈତିକ କାରଣରୁ ଚଢ଼ାଉ କରାଯାଉଥିବା କୁହାଯାଇଛି ।
ଏଥି ସହିତ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନରେ ଜିଏସଟି ପକ୍ଷରୁ ଚଢ଼ାଉ କରାଯାଉଛି । ବିଜେପି ନେତାଙ୍କ ମାଲିକାନାରେ ଥିବା ସଂସ୍ଥାରେ ମଧ୍ୟ ବିଭାଗ ରେଡ୍ କରୁଛି । ଆଜି ସକାଳେ ୩ ବିଜେଡି ନେତାଙ୍କ ଘରେ ମଧ୍ୟ ରେଡ୍ କରିଥିଲା ଆଇଟି । ସକାଳେ ଆଇଟି ଓ ସଂଧ୍ୟାରେ ଜିଏସଟିର ରେଡକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଛି । ପଦ୍ମପୁରରେ ଥିବା ଜଗଦମ୍ବା ଲୁଗା ଦୋକାନରେ ଜିଏସଟି ପକ୍ଷରୁ ରେଡ୍ କରାଯାଉଥିବା ଜଣାପଡ଼ିଛି ।
ଜଗଦମ୍ବା ଲୁଗା ଦୋକାନ ମାଲିକ ପଦ୍ମପୁର ନଗର ବିଜେପି ନଗର ସଭାପତି ସୁନୀଲ ଅଗ୍ରଓ୍ୱାଲ । ରାଜନୈତିକ କାରଣରୁ ରେଡ୍ କରାଯାଉଥିବା ସୁନୀଲଙ୍କ ବାପା ପ୍ରତିକ୍ରିୟାରେ କହିଛନ୍ତି । ସୁନୀଲଙ୍କ ବାପା ବିଜେପି ପକ୍ଷରୁ ଥରେ ପଦ୍ମପୁର ନଗରପାଳ ଥିଲେ ।