ପ୍ରଧାନମନ୍ତ୍ରୀ ମୋଦି,ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ରାକ୍ଷୀ ପଠାଇ ଏଭଳି କହିଲେ ସୀମା ହାଇଦର

0

ତିଜର ଉତ୍ସବ ଓ ନାଗ ପଞ୍ଚମୀ ପାଳିବା ପରେ ଏବେ ପାକିସ୍ତାନର ସୀମା ହାଇଦର ରାକ୍ଷୀ ଉତ୍ସବ ପାଳିବାକୁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ,ଗୃହମନ୍ତ୍ରୀ ଅମିତ ଶାହ ଓ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଭାରତର ଅନେକ ବଡ଼ ବଡ଼ ନେତାଙ୍କୁ ରାକ୍ଷୀ ପଠାଇ ଦେଇଛନ୍ତି।ସୀମା ଭିଡିଓ ଜାରି କରି ନିଜେ ଏହି କଥାର ସୂଚନା ଦେଇଛନ୍ତି।

ଭିଡ଼ିଓରେ ସୀମା ପୋଷ୍ଟାଲରର କାର୍ଡ ଦେଖାଇ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ଗୃହମନ୍ତ୍ରୀ ଅମିତ ଶାହ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆରଏସଏସ ପ୍ରମୁଖ ମୋହନ ଭାଗୱତ ମୋର ଭାଇ । ମୁଁ ତାଙ୍କୁ ରାକ୍ଷୀ ପଠାଇଛି । ମୁଁ ଚାହୁଁଛି କି ସେ ମୋତେ ନିଜର ସାନ ଭଉଣୀ ଭାବି ମୋର ରାକ୍ଷୀ ସ୍ୱୀକାର କରନ୍ତୁ ଏବଂ ରକ୍ଷା ବନ୍ଧନର ପର୍ବ ଅବସରରେ ଏହାକୁ ନିଜର ହାତରେ ବାନ୍ଧନ୍ତୁ।

ଏହାସହ ସୀମା ହାଇଦର କହିଛନ୍ତି କି ମୁଁ ଓକିଲ ଏପି ସିଂହଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିବି । ସେ ମୋର ବଡ଼ ଭଇ ପରି । ମୁଁ ତାଙ୍କୁ ହୃଦୟତାର ସହ ସମ୍ମାନ କରୁଛି। ଭିଡ଼ିଓରେ ସୀମା ହାଇଦର ଜୟ ଶ୍ରୀରାମ ଓ ହିନ୍ଦୁସ୍ତାନର ନାରା ବି ଦେଇଛନ୍ତି। କହି ରଖୁଛୁ କି , ଏହା ପୂର୍ବରୁ ସୀମା ହାଇଦର ତିଜ୍ ଉତ୍ସବ ଓ ନାଗ ପଞ୍ଚମୀ ମଧ୍ୟ ପାଳନ କରିଥିଲେ। ପାକିସ୍ତାନୀ ସୀମା ହାଇଦର ରବୁପୁରା ସ୍ଥିତ ଘରେ ପୂରା ବିଧି ବିଧାନ ସହ ପୂଜା ପାଠ କରି ନାଗପଞ୍ଚମୀ ପାଳନ କରିଛନ୍ତି। ସୀମା ହାଇଦର ଓ ସଚିନ ୪ ଜଣ ପିଲାଙ୍କ ସହ ଭଗବାନ ଭୋଳେନାଥଙ୍କ ପୂଜା କରିଛନ୍ତି। ଏହାପରେ କାନ୍ଥରେ ନାଗ ଚିତ୍ର କରିଛନ୍ତି । ସୀମା ହାଇଦର ପୂଜା କରିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି।

ସୀମା ହାଇଦର ଏହି ସମୟରେ ଭଗବାନ ଭୋଳେନାଥଙ୍କ ବ୍ୟତୀତ ଗଣେଶ ଓ ଅନ୍ୟ ଦେବାଦେବୀଙ୍କ ଆରତୀ କରିଛନ୍ତି। ତାହା ୧୫ ଅଗଷ୍ଟ ହେଉ ବା ତିଜର ଉତ୍ସବ , ସବୁ ବିଶେଷ କାର୍ଯ୍ୟରେ ସୀମା ହାଇଦର ହିନ୍ଦୁସ୍ତାନୀ ରଙ୍ଗରେ ନଜର ଆସିଛନ୍ତି।

Leave a comment