କୃଷି ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ, ୨୦ହଜାର ୭୧୪କୋଟି ବ୍ୟୟ ବରାଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରୁଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ କୃଷି ବଜେଟ୍‌ ଉପସ୍ଥାପନ କରିଛନ୍ତି । କୃଷି କ୍ଷେତ୍ରରେ ଅବିବୃଦ୍ଧି ପାଇଁ ରାଜ୍ୟ ସରକାର ନଜର ରଖିଥିବା ବେଳେ ଚାଷୀ, ଭାଗଚାଷୀ, କୃଷି ଶ୍ରମିକଙ୍କ ପାଇଁ କାଳିଆ ଯୋଜନା ଆରମ୍ଭ ହୋଇଛି ବୋଲି ଅର୍ଥମନ୍ତ୍ରୀ ପୁଜାରୀ କହିଛନ୍ତି ।

ସୂଚନା ଅନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କୃଷି ବଜେଟରେ ୨୦ହଜାର ୭୧୪କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ସେହିପରି କାଳିଆ ଯୋଜନା ପାଇଁ ମୋଟ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଅସଂପୂର୍ଣ୍ଣ ଜଳ ପ୍ରକଳ୍ପ ପାଇଁ ୧୮୬୧ କୋଟି, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ପାଇଁ ୨୧୮ କୋଟି, ନବକୃଷ୍ଣ ସେଚ ଉନ୍ନୟନ ଯୋଜନାରେ ୬୩୫ କୋଟି, ଚାଷୀଙ୍କୁ ୧ ଲକ୍ଷ ପର୍ଯ୍ୟନ୍ତ ବିନା ସୁଧରେ ଋଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପାଇଁ ୪ଶହ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ମତ୍ସ୍ୟ ଚାଷୀଙ୍କୁ ପ୍ରେତ୍ସାହନ ପାଇଁ ପୋଖରୀ ଖୋଳାରେ ୫୦% ସବସିଡି ଦିଆଯିବ ବୋଲି ଅର୍ଥମନ୍ତ୍ରୀ ପୁଜାରୀ କହିଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ଚାଷୀଙ୍କୁ ସାର ଯୋଗାଇବାକୁ ଶହେ କୋଟିର ଆବର୍ତ୍ତନ ପାଣ୍ଠି କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Leave a comment