ବିବାହ କରିବାକୁ ରାଜି, ତାଙ୍କ ପରିବାର ଏତେ ବ୍ୟସ୍ତ କାହିଁକି? : ବିଜୟ ଶଙ୍କର
ବିଧାୟକଙ୍କ ପ୍ରେମ ମାମଲା
ଜଗତସିଂହପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିନକୁ ଦିନ ବିଧାୟକ ଭାବେ କମ୍ ବିବାହକୁ ନେଇ ଚର୍ଚ୍ଚିତ ହେଉଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ । ପ୍ରେମିକା ସୋମାଲିକା ଦାଶଙ୍କ ଥାନାରେ ଅଭିଯୋଗ ପରେ ବିବାହ କରିବାକୁ ରାଜି ଥିବା କଥା କହିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାଶ ।
ସେ କହିଛନ୍ତି, କାର୍ଯ୍ୟବ୍ୟସ୍ତତା ଯୋଗୁଁ ସେ ୧୭ ତାରିଖ ଦିନ ସବରେଜିଷ୍ଟର ଅଫିସ୍ ଯାଇନଥିଲେ । ମୋବାଇଲ ନେଟୱାର୍କ ସମସ୍ୟାରୁ ସେ ଏହାକୁ ନେଇ ସୂଚନା ଦେଇ ପାରିନଥିଲେ । ବିବାହ ଆବେଦନର ବୈଧତା ୯୦ ଦିନରୁ ଆଉ ୫୫ ଦିନ ବାକି ରହିଛି, କଣ ପାଇଁ ସୋମାଲିକାଙ୍କ ପରିବାର ଏତେ ବ୍ୟସ୍ତ ହୋଇ ପଡିଛନ୍ତି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ସେକ୍ସ ରାକେଟକୁ ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତାହାକୁ ଖଣ୍ଡନ କରିଛନ୍ତି।