ହସ୍ପିଟାଲରେ ନିଆଁ; ରୋଗୀଙ୍କୁ ରାସ୍ତାରେ ଶୁଆଇଦେଲେ କର୍ମଚାରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆଦିଲ୍ଲୀ ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ। ହସ୍ପିଟାଲରେ ନିଆଁ ଲାଗିଥିବା ରୁ ରୋଗୀଙ୍କୁ ରାସ୍ତାରେ ଶୁଆଇଲେ ହସ୍ପିଟାଲର କର୍ତ୍ତୃପକ୍ଷ । ଏପରି ଘଟଣା ସାମ୍ନାକୁ ଆସିଛି ଆଗ୍ରା ଏସଏନ ମେଡିକାଲ କଲେଜ ଓ ହସ୍ପିଟାଲରେ ।
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଏସଏନ ମେଡିକାଲ କଲେଜରେ ନିଆଁ ଲାଗିଯାଇଥିଲା । ହସ୍ପିଟାଲର ସୁପର ସ୍ପେଶାଲିଟି ବ୍ଲକରେ ନିଆଁ ଲାଗିବାରୁ ତୁରନ୍ତ ରୋଗୀମାନଙ୍କୁ କର୍ମଚାରୀ ଉଦ୍ଧାର କରିଥିଲେ । ଦମକଳ କର୍ମଚାରୀ ମଧ୍ୟ କିଛି ରୋଗୀଙ୍କୁ ଉଦ୍ଧାର କରି ରାସ୍ତା ଉପରେ ଶୁଆଇଥିଲେ ।

ଘଟଣା ସାମ୍ନାକୁ ଆସିବାପରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଁଚିଥିଲେ । ରୋଗୀଙ୍କୁ ରାସ୍ତାରେ ଶୁଆଇଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ରୋଗୀଙ୍କ ସମ୍ପର୍କୀୟ ଘେରିଥିଲେ ।
ମୁଖ୍ୟ ଅଗ୍ନୀ ନିରାପତ୍ତା ଅଧିକାରୀ ଏଆର ଶର୍ମାଙ୍କ କହିବାନୁସାରେ, ଏବେବି ଦମକଳ ବାହିନୀ ପକ୍ଷରୁ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ୨୦ରୁ ୨୫ ରୋଗୀଙ୍କୁ ଅନ୍ୟ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇଛି । ନିଆଁ ଲାଗିବା ପରେ ସମ୍ପର୍କୀୟମାନେ ନିଜ ରୋଗୀଙ୍କୁ ଧରି ଦଉଡିବାକୁ ଲାଗିଥିଲେ ।

Leave a comment