ଅଗ୍ନିପଥ’ ଯୋଜନା : ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ

0

ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅଗ୍ନିପଥ’ ଯୋଜନାକୁ ନେଇ ଦେଶବ୍ୟାପି ଜୋରଦାର ପ୍ରତିବାଦ ଲାଗିରହିଛି । ଏହାକୁ ପ୍ରଶମିତ କରିବା ପାଇଁ ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଅର୍ଦ୍ଧସାମରିକ ବଳରେ ୧୦ ପ୍ରତିଶତ ସଂରକ୍ଷଣ ମିଳିବ ।

ଅଗ୍ନିବୀର ଭାବେ ୪ ବର୍ଷ କାର୍ୟ୍ୟକାଳ ଶେଷ ପରେ ନିଯୁକ୍ତି ମିଳିବ । ସିଏପିଏଫ ଓ ଆସାମ ରାଇଫଲ୍ସରେ ୧୦ % ସଂରକ୍ଷଣ ରହିବ । ବୟସ ସୀମା ୩ ବର୍ଷ କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିବାଦ ବଢିବା ପରେ ସଂରକ୍ଷଣ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଷ୍ପତ୍ତି ନିଆଯାଇଛି ।

Leave a comment