ଅଗ୍ନି ପ୍ରାଇମ୍‌’ ମିସାଇଲ୍‌ର ସଫଳ ପରୀକ୍ଷଣ

0

ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆଉ ଏକ ସଫଳତା । ଅଗ୍ନି ପ୍ରାଇମ୍‌ (Agni-P) ମିସାଇଲ୍‌ର ସଫଳ ପରୀକ୍ଷଣ ହୋଇଛି। ଓଡିଶାର ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏହି ମିସାଇଲ୍‌ର ପରୀକ୍ଷଣ କରାଯାଇଛି ।

ଖବର ଅନୁଯାୟୀ, ଅଗ୍ନି ସିରିଜ୍‌ର ଏହି ମିସାଇଲ୍‌ ଅତ୍ୟାଧୁନିକ ଜ୍ଞାନକୌଶଳ ନେଇ ନିର୍ମିତ ହୋଇଛି । ଯାହା ପରମାଣୁ ଶକ୍ତ ସମ୍ପ୍ପନ୍ନ । ଏହି ମିସାଇଲ୍‌ର ଲକ୍ଷ୍ୟଭେଦ କ୍ଷମତା ୧ହଜାର କିମିରୁ ୨ହଜାର କିମି ପର୍ଯ୍ୟନ୍ତ ରହିଛି । ଅଗ୍ନି ସିରିଜ୍‌ର ଏହି ମିସାଇଲ୍‌କୁ ଡିଆର୍‌ଡିଓ ପ୍ରସ୍ତୁତ କରିଛି ।
ସେହିପରି ଜଣେ ଅଧିକାରୀଙ୍କ ମୁତାବିକ, ଅଗ୍ନି ପ୍ରାଇମ୍‌ ମିସାଇଲ୍‌ ସହିତ ଅନେକ ଜ୍ଞାନକୌଶଳ ଯୋଡିହୋଇଛି । ନିଜର ଟାର୍ଗେଟରେ କିପରି ସଠିକ୍‌ ଭାବେ ପହଞ୍ଚିପାରିବ । ସେଦିଗରେ ମଧ୍ୟ କାମ କରାଯାଇଛି । ଅଗ୍ନି ପ୍ରାଇମ୍‌ର ଓଜନ କମ୍‌ ହୋଇଥିବାରୁ ଏହାକୁ ବ୍ୟବହାର କରିବା ଅତି ସହଜ ହେବ ବୋଲି କହିଛନ୍ତି ।
ସେପଟେ ଅଗ୍ନି ପ୍ରାଇମ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆର୍‌ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।

Leave a comment