କେରଳକୁ ଆଉ ୫ କୋଟି ଓ ୮ କୋଟିର ଜରି ପାଲ ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେରଳରେ ବନ୍ୟା ବିତ୍ପାତ ବହୁ ଧନଜୀବନ ହାନୀ ଘଟାଇଛି । ଏବେ ସୁଦ୍ଧା ରାସ୍ତାଘାଟ, ପୋଲ, ଏୟାରପୋର୍ଟ ସବୁ କିଛି ବର୍ଷା ପାଣିରେ ବୁଡି ରହିଛି । ଦେଶର ସମସ୍ତ ସ୍ଥାନରୁ କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ସହାୟତାର ହାତ ବଢ଼ି ଚାଲିଛି । ପୂର୍ବରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ସହାୟତା ରାଶି ଘୋଷଣା କରିଥିଲେ । ସେହିପରି କେରଳ ର ସ୍ଥିତିକୁ ଅନୁଧ୍ୟାନ କରି ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୫ କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରାଯାଇଛି । ଏହାସହ ୮ କୋଟି ଟଙ୍କାର ୫ଶହ ମେଟ୍ରିକ ଟନ ଜରି ପାଲ କେରଳ ବନ୍ୟା ପ୍ରଭାବିତ ପରିବାରଙ୍କୁ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

Leave a comment