ପୁଣି ମହଙ୍ଗା ମାଡ଼ : ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର
ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁଣି ମହଙ୍ଗା ମାଡ଼। ବଢ଼ିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦର । ୧ହଜାର ପାର କଲା ଘରୋଇ ଗ୍ୟାସ ସିଲିଣ୍ଡର। LPG ସିଲିଣ୍ଡର ପିଛା ପୁଣି ୩ଟଙ୍କା ୫୦ ପଇସା ବୃଦ୍ଧି କରିଛନ୍ତି ସରକାର । ମେ ମାସରେ ୨ ଥର ବଢିଲା ଗ୍ୟାସ ସିଲିଣ୍ଡର ଦର। ଆଜିଠୁ ଏହି ନୂଆ ଦର ଲାଗୁ ହୋଇଛି। ଏଲପିଜି ସିଲିଣ୍ଡର ଦାମ ବୃଦ୍ଧି ପରେ ସମଗ୍ର ଦେଶରେ ଏବେ ଗ୍ୟାସ୍ ସିଲିଣ୍ଡର ପିଛା ଦର ହଜାରେ ପାର୍ କରି ଯାଇଛି। ଦିଲ୍ଲୀରେ ସିଲିଣ୍ଡର ପିଛା ଗ୍ରାହକଙ୍କୁ ୧୦୦୩ ଟଙ୍କା ଦେବାକୁ ପଡ଼ିବ ।
ସେହିପରି କମର୍ସିଆଲ ଗ୍ୟାସ ଦର ବୃଦ୍ଧି ହେବା ପରେ ଏବେ ଦିଲ୍ଲୀରେ ସିଲିଣ୍ଡର ପିଛା ୨୩୫୪ ଟଙ୍କା, କୋଳକତାରେ ୨୪୫୪, ମୁମ୍ବାଇରେ ୨୩୦୬ ଓ ଚେନ୍ନାଇରେ ୨୫୦୭ ଟଙ୍କା ଗଣିବାକୁ ପଡ଼ିବ। ଏହାପୂର୍ବରୁ ମେ ଏପ୍ରିଲ ମାସରେ ଘରୋଇ ଗ୍ୟାସ୍ର ଦାମ୍ ବଢ଼ିନଥିଲା। ପୁଣି ଥରେ ଗ୍ୟାସ୍ ଦର ବଢ଼ିବା ପରେ ଖାଉଟିଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଇଛି। ଏଥିଯୋଗୁ ସେମାନଙ୍କ ପକେଟ୍ ଉପରେ ଅଧିକ ବୋଝ ପଡିବା ସହ ଘରୋଇ ବଜେଟ ବିଗିଡ଼ିବାରେ ଲାଗିଛି।