ପୁଣିଥରେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ
ପୁଣିଥରେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ ପଟ୍ଟନାୟକ । ନିଜ ଏକ୍ସ ଆକାଉଣ୍ଟରେ ପାଣ୍ଡିଆନଙ୍କ ସପକ୍ଷେରେ କହିଲେ ନବୀନ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ପ୍ରତିକ୍ତିୟାରେ ମନ୍ତବ୍ୟ ଦେଇଛନ୍ତି । ପ୍ରକାଶ ପାଇଥିବା ଖବର ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ । ଏହା ସଂପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ମାନହାନୀସୂଚକ, ବିଭ୍ରାନ୍ତିକାରୀ ।
ଯାହା ମୁଁ ପୂର୍ବରୁ କହିଛି ମିଷ୍ଟର ପାଣ୍ଡିଆନ ରାଜ୍ୟ ଓ ଦଳର ସେବା କରିଛନ୍ତି । ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି । ତାଙ୍କର ଏହି ଦକ୍ଷତା ଓ ନିଷ୍ଠା ପାଇଁ ସେ ଜଣାଶୁଣା କହିଲେ ନବୀନ । ପାଣ୍ଡିଆନ ବିଜେଡି ଭାଙ୍ଗିବାକୁ ଦିଲ୍ଲୀରେ ଡେରା ପକାଇଥିବା ଖବର ବାହାରି ଥିଲା । ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଏସବୁ ଚାଲିଥିବା ଖବର ପ୍ରକାଶ ପାଇଥିଲା ।