ନୂଆ ମନ୍ତ୍ରିମଣ୍ଡଳ ପରେ ୫ଟି ହେଲା ୬ଟି
ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ନୂଆ ମନ୍ତ୍ରିମଣ୍ଡଳ ଆସିବା ପରେ ଏବେ ୬ଟା ଟି ହେବ। ଓଡ଼ିଶାରେ ମୋ ସରକାରରେ ହେବ ୬-ଟି ଶାସନ । ନୂଆ ମନ୍ତ୍ରୀମାନଙ୍କୁ ଏଭଳି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଟି କଣ ସେ ସଂପର୍କରେ ସୂଚନା ଦେଇଛନ୍ତି ନୂଆ କରି ମନ୍ତ୍ରୀ ହୋଇଥିବା ପ୍ରୀତିରଂଜନ ଘଡ଼େଇ ।
ପୂର୍ବରୁ ରାଜ୍ୟରେ ୫-ଟି ଥିଲା । ଏହି ୫-ଟିର ଅର୍ଥ ଟିମୱାର୍କ, ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟାଇମ ଓ ଟ୍ରାନ୍ସଫର୍ମେସନ । ଏବେ ଏଥିରେ ଯୋଡ଼ିହେଲା ଟୁର୍ । ଗୋଟିଏ ପରେ ଗୋଟିଏ ଟି ବଢିଚାଲିଛି । ଟିକୁ ନେଇ ବହୁତ ପ୍ରଚାର ବି ହେଉଛି । କିନ୍ତୁ ବାସ୍ତବରେ ଏହି ଟି ଗୁଡ଼ିକ କିଭଳି କାମ କରୁଛି? ପ୍ରଥମ କିଛି ଦିନ ମୋ ସରକାରକୁ ନେଇ ବଡ଼ ହଟଚମଟ ଦେଖିବାକୁ ମିଳିଥିଲା। ଲାଗିଲା ଯେମିତି ରାଜ୍ୟରୁ ପୂରା ଦୁର୍ନୀତି ମୂଳପୋଛ ହୋଇଯିବ । ରାଜ୍ୟରେ ରାମରାଜ୍ୟ ଚାଲିବ । ସରକାରୀ ଅଫିସରୁ ଲୋକେ ସଂପୂର୍ଣ୍ଣ ନ୍ୟାୟ ପାଇବେ ।