ବାରମ୍ବାର ଚଢ଼ାଉ ପରେ ମଧ୍ୟ କମୁ ନାହିଁ ନିଶା ବେପାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଲଷ୍ମୀସାଗର ଅଞ୍ଚଳରେ ଯେତେ ଚଢ଼ାଉ ହେଲେ ଜବତ ହେବା ବନ୍ଦ ହେବାର ନାଁ ଧରୁନାହିଁ । ଆଜି ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଭୁବନେଶ୍ୱର ଲଷ୍ମୀସାଗର ଥାନା ଅଧିନସ୍ଥ ହଳଦୀ ପଡିଆ ବସ୍ତିରୁ ୨୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ । ବେଆଇନ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ମଇନା ରାଉତରାୟ ଗିରଫ । ମଇନା ପୂର୍ବରୁ ମଧ୍ୟ ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ଗିରଫ ହୋଇଥିଲେ ।

ସେହିପରି, ଖୋର୍ଦ୍ଧା ନୂଆଗାଁରେ ଅବକାରୀ ଫ୍ଲାଇଂ ସ୍କ୍ବାଡ ଚଢାଉ କରି ୧୦୦ ଗ୍ରାମର ବ୍ରାଉନସୁଗାର ଜବତ । ଏହି ବ୍ରାଉନସୁଗାର ର ଆନୁମାନିକ ମୂଲ୍ଯ ୧0 ଲଷ ଟଙ୍କା ହେବ ବୋଲି ଜଣାଯାଇଛି ।
ବ୍ରାଉନସୁଗାର ବେପାରୀ ଅଭୟ ସାହୁଙ୍କୁ ଅବକାରୀ ବିଭାଗ ଗିରଫ କରିଛି ।

Leave a comment