ଥାନାରେ ପଶି ପୋଲିସକୁ ଅଧଘଣ୍ଟେ ନିର୍ଘାତ ମାଡ ଘଟଣା, ୭ଦିନ ପରେ ଗିରଫ ହେଲା ମୁଖ୍ୟଅଭିଯୁକ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସକୁ ଅଧଘଣ୍ଟେ ନିର୍ଘାତ ମାଡ ଓ ଥାନା ଭଙ୍ଗାରୁଜା ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରକାଶ ତ୍ରିପାଠୀକୁ ଦୀର୍ଘ ସାତ ଦିନ ପରେ ଓ ଅନେକ ଚାପରେ ଆଜି ଗିରଫ କରିଛି ପୋଲିସ । ବହୁ ବାଦବିବାଦ ପରେ ପୋଲିସ ଗତକାଲି ରାତିରେ ଅଚାନକ ଏକାଧିକ ବିଜେଡ଼ି କର୍ମୀଙ୍କ ଘରେ ଚଢ଼ାଉକରି ବିଫଳ ହୋଇଥିଲା । ଆଜି ଭୋରୁ ଜଣେ ସମ୍ପର୍କୀୟଙ୍କ ଘରେ ପ୍ରକାଶ ଲୁଚିଥିବା ଖବର ପାଇ ପୋଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଛି ।

ପୋଲିସକୁ ମାଡ ଘଟଣାର ମାଷ୍ଟରମାଇଣ୍ଡ ଯୁବ ବିଜେଡି ନେତା ପ୍ରକାଶ ତ୍ରିପାଠୀକୁ ଧରିବାରେ ପୋଲିସ ଅନେକ ଚାପରେ ଥିଲା ଓ ଏଭଳି ଘଟଣା କମିଶନରେଟ ପୋଲିସ ହେବା ଦିନରୁ କେବେବି ଘଟିନଥିଲା ବୋଲି ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି । ବୁଦ୍ଧିଜୀବୀଙ୍କ କହିବା ଅନୁଯାୟୀ ପ୍ରକାଶ ବିଜେଡ଼ି ଦଳର ପଦବୀରେ ଥିବାରୁ ପୋଲିସ ଗିରଫ କରିବାକୁ ଭୟକରୁଥିଲା । ବିଜେଡ଼ି ପ୍ରକାଶକୁ ଦଳରୁ ବହିଷ୍କାର ନ କରିବା ପର୍ଯନ୍ତ ପୋଲିସ ଗିରଫ କରିବାକୁ ଡରୁଛି ବୋଲି ଜନସଧାରଣ ଓ ବିରୋଧୀ ବଜେପି ଯୁକ୍ତି ବାଢ଼ିଥିଲେ । ପୂର୍ବରୁ ଯାହା ଅନୁମାନ କରାଯାଉଥିଲା ଆଜି ଠିକ ସେଇଆ ଘଟିଲା ପୋଲିସ ପ୍ରକାଶ କୁ ଗିରଫ ଘୋଷଣା କରିବା କିଛି ସମୟ ପରେ ବିଜେଡ଼ି ପ୍ରକାଶକୁ ଦଳରୁ ବହିଷ୍କାର କରିଛି । ତେବେ ଏଠି ପ୍ରଶ୍ନ ଯେ କଣ ବିଜେଡ଼ି ଦଳରେ ଥିବା ବ୍ୟକ୍ତି ଯଦି ମଣିଷ ମାରେ ତେବେ ପୋଲିସ ଦଳର ସସପେଣ୍ଡ କୁ ଅପେକ୍ଷା କରିବ ବୋଲି ଜନସଧାରଣ ଓ ବୁଦ୍ଧିଜୀବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଘଟଣାଦିନ ପ୍ରକାଶଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ସମର୍ଥକମାନେ ଅଭିଯୁକ୍ତକୁ ପୋଲିସ ଠାରୁ ଛଡାଇ ନେଇ ଗୋଡାଇ ଗୋଡାଇ ପିଟିଥିଲେ । ପୋଲିସ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଥାନା ଅଧିକାରୀଙ୍କ ସମେତ ଏଏସଆଇ ଗୁରୁତର ଆହତ ହୋଇଥିଲେ ।

Leave a comment