୩ମାସ ପରେ ପୁଣିଥରେ ‘ମନ୍ କି ବାତ୍’ ରେ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମ । ୩ ବନ୍ଦ ରହିବା ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀଙ୍କ ମାସିକ ରୋଡିଓ କାର୍ଯ୍ୟକ୍ରମ । ୧୧୧ ତମ ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଛନ୍ତି ମୋଦି । ଦେଶରେ ସାଧାରଣ ନିର୍ବାଚନ ଲାଗି ୩ ମାସ ଧରି ବନ୍ଦ ରହିଥିଲା ଏହି କାର୍ଯ୍ୟକ୍ରମ ।
ଶେଷ ଥର ପାଇଁ ଫେବୃଆରୀ ୨୫ତାରିଖରେ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ମୋଦି । ଦିନ ୧୧ସମୟରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ବିଭିନ୍ନ ପ୍ରସଙ୍ଗ ଉପରେ ଦେଶବାସୀଙ୍କୁ ମନର କଥା କହୁଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି କହିଛନ୍ତି ଯେ,ମୁଁ ପୁଣି ଥରେ ମୋ ପରିବାର ସଦସ୍ୟଙ୍କ ମଧ୍ୟରେ ‘ମନ୍ କି ବାତ୍’ ମାଧ୍ୟମରେ ଆସିଛି । ‘ଇତି ବିଦାୟ ପୁନର୍ମିଳନ’। ଏହାର ଅର୍ଥ ମଧ୍ୟ ସମାନ ସୁନ୍ଦର ଅଟେ। ଏହି ବାକ୍ୟର ଅର୍ଥ ହେଉଛି ଯେ ମୁଁ ପୁନର୍ବାର ସାକ୍ଷାତ କରିବାକୁ ବିଦାୟ ନେଇଥାଏ। ଫେବୃଆରୀରେ ମୁଁ କହିଥିଲି ଯେ ନିର୍ବାଚନ ଯୋଗୁଁ ମୁଁ ଆପଣଙ୍କ ସହ କଥାବାର୍ତ୍ତା କରିପାରିବି ନାହିଁ। ନିର୍ବାଚନ ସମାପ୍ତ ହେବା ପରେ ମୁଁ ପୁଣି ଥରେ ଆପଣଙ୍କ ମଧ୍ୟକୁ ଆସିଛି। ତେବେ ଦେଶ ବିଦେଶରେ ଏହି ମାସିକ ରେଡିଓ କାର୍ଯ୍ୟକ୍ରମର ବହୁ ଲୋକପ୍ରିୟତା ରହିଛି । ପ୍ରତି ମାସର ଶେଷ ରବିବାରରେ ଏହି କାର୍ଯ୍ୟକ୍ରମ ହୋଇଥାଏ । ଏହାର ୨୩ କୋଟି ରେଗୁଲାର ଶ୍ରୋତା ରହିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।