ରାଜଧାନୀରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ, ୧୬ ଚକିଆ କଣ୍ଟେନରରେ ହେଉଥିଲା ଚାଲାଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ଲଗାତର ଭାବେ ବିଭିନ୍ନ ସମୟରେ ଧଳା ଜହର ଜବତ ହେଉଛି । ଏହାମଧ୍ୟରେ ଶୁକ୍ରବାର ଭୁବନେଶ୍ବରରୁ ୨୫ ଲକ୍ଷ ଟଙ୍କାର ଅଫିମ ଜବତ କରାଯାଇଛି ।
ନାରକୋଟିକ କଣ୍ଟ୍ରୋଲ ବ୍ୟୁରୋ କୋଳଥିଆରୁ ଏହି ସବୁ ଅଫିମକୁ ଜବତ କରିଛି । ଏହାସହ ୩ ଜଣଙ୍କୁ ଗିରଫ ମଧ୍ୟ କରିଛି । ଜବତ ଅଫିମର ପରିମାଣ ୨୦ କେଜି ହେବ ବୋଲି ଜଣା ପଡିଛି ।
ସବୁଠାରୁ ବଡ କଥା ହେଲା ଯେ, ଏହି ସବୁ ଅଫିମକୁ ୧୬ ଚକିଆ କଣ୍ଟେନରରେ ହରିୟାଣା ଚୋରା ଚାଲାଣ କରାଯାଉଥିବା ବେଳେ ପୋଲିସ ଧରି ପକାଇଥିଲା । ଗିରଫ ଅଭିଯୁକ୍ତମାନେ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି ।