ପୁଣି ଥରେ ଥରିଲା ଆଫଗାନିସ୍ତାନ

0

ପଶ୍ଚିମ ଆଫଗାନିସ୍ତାନରେ ଆଜି ପୁଣି ଥରେ ଭୂମିକମ୍ପ ଅନୁଭୂତ ହୋଇଛି। ଏଠାରେ ୬.୫ ତୀବ୍ରତାର ଭୂମିକମ୍ପ ଘଟିଛି ବୋଲି ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ହୋଇଥିବା ଋଗଝଉ ରିପୋର୍ଟ କରିଛି । ତେବେ ଭୂମିକମ୍ପ ପରେ ଲୋକେ ଘରୁ ବାହାରି ଦୌଡିବାକୁ ଆରମ୍ଭ କରିଥିଲେ ।

ଗତ କିଛିଦିନ ତଳେ ଆସିଥିବା ଭୂମିକମ୍ପ ଯୋଗୁଁ ୧,୦୦୦ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି ।ଗତ ଶନିବାର ୩୦ ମିନିଟ ଭିତରେ ୩ ଥର ଦୋହଲିଥିଲା ଆଫଗାନିସ୍ତାନ । ୪ଟି ବଡ଼ ଝଟକା ଲାଗିଥିଲା । ପଶ୍ଚିମ ଆଫଗାନିସ୍ତାନରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପଜନିତ ମୃତ୍ୟୁସଂଖ୍ୟା ୪ ହଜାର ଟପିଯାଇଛି। ଭୂକମ୍ପରେ ପ୍ରାୟ ୨ ହଜାର ଘର ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି । ପଶ୍ଚିମ ଆଫଗାନିସ୍ତାନ ଓ ଇରାନର ସୀମାରେ ସୃଷ୍ଟି ହୋଇଥିବା ଏହି ଶକ୍ତିଶାଳୀ ଭୂମିକମ୍ପରେ ହଜାର ହଜାର ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଏହାସହ ହଜାର ହଜାର ସଂଖ୍ୟାରେ ଲୋକ ବାସହୀନ ହୋଇପଡିଛନ୍ତି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଥିଲା ।

Leave a comment