ଆଦିତ୍ୟ ପାଢୀ ହେଲେ ନୂତନ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ନେବାପରେ କିଛିଦିନ ଛୁଟି ମନାଇବାକୁ ଯାଇଥିଲେ ଆଦିତ୍ୟ ପ୍ରସାଦ ପାଢୀ । ଛୁଟିରୁ ଫେରିବାପରେ ଆଜି ୧୯୮୩ ମସିହା ବ୍ୟାଚର ଆଇଏଏସ ଅଫିସର ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିଛି ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ବ ।

ସୂଚନା ଅନୁଯାୟୀ, ୧୯୮୩ ମସିହା ବ୍ୟାଚର ଆଇଏଏସ ଅଫିସର ଆଦିତ୍ୟ ପ୍ରସାଦ ପାଢୀ ୩୦ ନଭେମ୍ବର ୨୦୧୫ରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୦ ଫେବୃଆରୀ ମାସରେ ତାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଥିଲା । ମାତ୍ର ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟକାଳ ଚଳିତ ନିର୍ବାଚନ ପୂର୍ବରୁ ଶେଷ ହୋଇଥିଲେ ମଧ୍ୟ ନୂତନ ନିଯୁକ୍ତି ନହେବାରୁ ସେ ଏହି ଦାୟିତ୍ୱ ତୁଲାଉଥିଲେ । ତେଣୁ ଆଇଏଏସ ଅଫିସର ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଏହି ଦାୟିତ୍ବ ପ୍ରଦାନ କରାଯାଇଛି ଯାହାର ବୟସ ସୀମା ୬୫ ବର୍ଷ । ଆଦିତ୍ୟଙ୍କ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି ।

Leave a comment