ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWSSର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ
ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWSSର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାସ । ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଦାସଙ୍କ ଘରେ ଭିଜିଲାନ୍ସର ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ୱର, ସମ୍ବଲପୁର, ଖୋର୍ଦ୍ଧା ଓ ବରଗଡ଼ରେ ରେଡ୍ ଚାଲିଛି ।
ତେବେ ଖାରବେଳନଗରରେ ଥିବା ଶ୍ରୀରାମ ମାନସନ୍ ୨୦୧ ନମ୍ବର ଫ୍ଲାଟରେ ରେଡ୍ କରୁଛି ଭିଜିଲାନ୍ସ । ସେହିପରି ସମ୍ବଲପୁର ମୋଦିପଡ଼ାରେ ଏକ ତିନି ମହଲା କୋଠା, ବରଗଡ଼ରେ ପୈତୃକ ଘର ଏବଂ ଭୁବନେଶ୍ୱର ସ୍ଥିତ ଆରଡବ୍ଲୁଏସ୍ଏସ୍ ଅଫିସରେ ରେଡ୍ ଚାଲିଥିବା ଜଣାପଡିଛି ।
ଏହି ଚଢାଉରେ ୫ ଜଣ ଡିଏସ୍ପି, ୧୨ ଇନ୍ସପେକ୍ଟର, ଜଣେ ସବ୍ ଇନିସପେକ୍ଟର, ୧୧ ଜଣ ଏସ୍ଆଇ ସାମିଲ ହୋଇଥିବା ସୂଚନା ମିଳିଛି।