କାର୍ଯ୍ୟବନ୍ଦ ଓ ରାସ୍ତାରୋକ ପରେ ହେଲା କାର୍ଯ୍ୟାନୁଷ୍ଠାନ, ୩ ପୁଲିସ କର୍ମୀ ନିଲମ୍ବିତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି କଟକରେ ଓକିଲଙ୍କୁ ପୁଲିସର ମାଡ଼ ଘଟଣାରେ ଆଜି ତିନିଜଣ ପୁଲିସ କର୍ମଚାରୀଙ୍କୁ କଟକ ଡିସିପି ନିଲମ୍ବିତ କରିଛନ୍ତି । ହାବିଲଦାର ପି.କେ ବେହେରା, କନଷ୍ଟେବଲ ବି କେ ସାମଲ ଓ ୟୁ କେ ଭୂୟାଁ ଙ୍କୁ ନିଲମ୍ବିତ କରାଯିବା ସହ ଜଣେ ହୋମଗାର୍ଡଙ୍କୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଛି । ମାସେ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଗତକାଲି କଟକ ନୂଆବଜାର ଛକରେ ହୋଇଥିବା ଦୁର୍ଘଟଣା, ସାଧରଣ ଲୋକ ଓ ଜଣେ ଆଇନଜୀବୀ ମଧ୍ୟରେ ଗଣ୍ଡଗୋଳ ଓ ପୋଲିସ କର୍ମଚାରୀଙ୍କ ମାଡରେ ଆହତ ହୋଇଥିଲେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକ । ଏହିସବୁ ଘଟଣାକୁ ନେଇ ବାର ଆସୋସିଏସନ ପକ୍ଷରୁ କଟକ ଓ ଭୁବନେଶ୍ୱରରେ ଆଜି ଓକିିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିଲା ।

ଆରଟିଓ ଅଫିସ ସାମନାରେ ଗତକାଲି ପୁଲିସ ଭ୍ୟାନ ଜାଳିଦେଇଥିଲେ ଦୁର୍ବୃତ । ସାମାନ୍ୟ ଘଟଣାକୁ କେନ୍ଦ୍ରକରି କଟକ ଚାଉଳିଆଗଂଜ ଥାନା ଅଂଚଳରେ ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରିବା ଅଭିଯୋଗ ହୋଇଥିଲା । ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଗୁରୁତର ଅବସ୍ଥାରେ ଏସସିବି ଜରୁରୀକାଳୀନ ୱାର୍ଡରେ ଭର୍ତି କରାଯାଇଥିଲା । ଏହାପରେ ଘଟଣାର ଚାଉଳିଆଗଞ୍ଜ ଆଇଆଇସିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ କଟକ ଡିସିପି । ଏହି ଘଟଣାର ତଦନ୍ତ ଏଡିସିପିଙ୍କ ନେତୃତ୍ୱରେ କ୍ରାଇମ୍ ଇନ୍ସପେକ୍ଟର କରିବେ । ତଦନ୍ତ ସମୟରେ ଯାହା ନାଁ ସାମ୍ନାକୁ ଆସିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।” ସେହିପରି ପୁଲିସ୍ ଭ୍ୟାନ୍ ପୋଡ଼ିବା ଘଟଣାର ବି ତଦନ୍ତ ହେବ ବୋଲି ଡିସିପି କହିଛନ୍ତି।

Leave a comment