ଏସିପି ରଜତ ରାୟ ଦେଲେ ମାନବିକତାର ପରିଚୟ, ଜିତିଲେ ହୃଦୟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏସିପି ରଜତ ରାୟ ରାଜଧାନୀର ଜଣେ ଚର୍ଚ୍ଚିତ ପୋଲିସ ଅଫିସର । ନିଜ କଥା ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହୁଥିବା ରଜତ ରାୟ ଆଜି ପ୍ରକୂତରେ ପୋଲିସ ପୋଷାକ ପଛରେ ଗୋଟାଏ କୋମଳ ହୃଦୟ ଥିବାର ପରିଚୟ ଦେଖାଇଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ପ୍ରମେୟ ଖବରକାଗଜର କ୍ରାଇମ ରିପୋର୍ଟର ଦିଲ୍ଲୀପ ନିଜ ପତ୍ନୀଙ୍କୁ ନେଇ ମାର୍କେଟ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଦିଲ୍ଲୀପଙ୍କ ମୁଣ୍ଡ ଓ ଦେହର ଅନେକ ସ୍ଥାନରେ ଆଘାତ ଲାଗିଥିଲା। ଏ ଖବର ପାଇ ତୁରନ୍ତ ଏସିପି ରଜତ ରାୟ ନିଜ ଡ୍ରାଇଭରଙ୍କୁ କହି ଦିଲ୍ଲୀପ ଏବଂ ତାଙ୍କ ପତ୍ନୀଙ୍କୁ ସନସାଇନ ହସ୍ପିଟାଲରେ ଭର୍ତ୍ତୀ କରାଇଥିଲେ । କାର୍ଯ୍ଯ ବ୍ଯସ୍ତତା ସତ୍ତ୍ବେ ଦିଲ୍ଲୀପଙ୍କୁ ହସ୍ପିଟାଲରେ ଭେଟି ତାଙ୍କର କିପରି ଉନ୍ନତ ଚିକିତ୍ସା ହୋଇପାରିବ ସେ ନେଇ ହସ୍ପିଟାଲ ଅଧିକାରୀଙ୍କ ସହ କଥା ହୋଇଥିଲେ ।
ନିଜେ ଦିଲ୍ଲୀପ ଆଡମିଶନ ଖର୍ଚ୍ଚ ବହନ କରିବା ସହ ସେ କିପରି ଜଲଦି ସୁସ୍ଥ ହେବେ ସେ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଦିଲ୍ଲୀପଙ୍କ ସହ ହସ୍ପିଟାଲରେ ଉପସ୍ଥିତ ଥିବା ତାଙ୍କ ପରିବାର ଲୋକ ଏବଂ ସହଯୋଗୀଙ୍କ ସହ ଶ୍ରୀଯୁକ୍ତ ରାୟ କଥାବାର୍ତ୍ତା କରି ଆଶ୍ବାସନା ଦେଇଥିଲେ । ଯାହା କି ଏକ ଦରଦି ମଣିଷର ପରିଚୟ । ଆମ ସାମ୍ବାଦିକ ଭାଇଟିକୁ ସହାୟତା କରିଥିବା ଶ୍ରୀଯୁକ୍ତ ରାୟଙ୍କୁ ଓଡ଼ିଶା ଫାଷ୍ଟ ପରିବାର ପକ୍ଷରୁ ଅନେକ ଅନେକ ଧନ୍ୟବାଦ ।