ଦୁର୍ଘଟଣା: ଟ୍ରକ- ଅଟୋ ମୁହାଁମୁହିଁ, ୨ ମୃତ ଓ ୩ ଗୁରୁତର

0

ଅନୁଗୁଳ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅନୁଗୁଳ ଜିଲ୍ଲା ଜରପଡାର ୫୫ ନମ୍ବର ଜାତୀୟ ରାଜପଥର ମରାତୀରା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ସହିତ ଅଟୋ ମୁହାଁମୁହିଁ ଭାବେ ଧକ୍କା ହୋଇଛି । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଅଟୋଟି ମହିଧରପୁରରୁ ଦୁର୍ଗାପୁର ନିକଟରୁ ଆସୁଥିଲା । ଏହି ସମୟରେ ଏକ ପିଆଜ ବୋଝେଇ ଟ୍ରକ ସହିତ ମୁହାଁମୁହିଁ ଭାବେ ଧକ୍କା ହୋଇଥିଲା । ଅଟୋରେ ଥିବା ୪ ଯାତ୍ରୀଙ୍କ ସହିତ ଅଟୋ ଚାଳକ ରହିଥିଲେ । ଘଟଣାସ୍ଥଳରେ ହିଁ ୨ ଜଣ ମହିଳାଙ୍କର ହିଁ ମୃତ୍ୟୁ ହୋଇଛି। ସେହିପରି ୩ଜଣ ଗୁରୁତରଙ୍କ ମଧ୍ୟରେ ଜଣେ ମହିଳା ଥିବା ମଧ୍ୟ ସୂଚନା ମିଳିଛି । ତେବେ ସମସ୍ତ ଗୁରୁତରଙ୍କୁ ପ୍ରଥମେ ଅନୁଗୁଳ ଓ ପରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a comment