ଦୁଇ ସ୍ଥାନରେ ବସ୍ ଦୁର୍ଘଟଣା ୫ ଯାତ୍ରୀ ମୃତ, ୧୩ ରୁ ଉର୍ଦ୍ଧ୍ବ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇଟି ଭିନ୍ନ ଜାଗାରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ୫ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏଥିସହ ୧୩ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି ।

ଘଟଣା ମୁତାବକ, ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଆଗରିଆ ଛକ ନିକଟରେ ଭୁବନେଶ୍ୱରରୁ ବାରିପଦା ଆସୁଥିବା କଳ୍ପନା ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଗୁରୁବାର ରାତି ପ୍ରାୟ ୧୨ ଟା ବେଳେ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏକ ଟ୍ରଲର ସମ୍ମୁଖରୁ ଧକ୍କା ଦେଇଥିବାରୁ ଦୁର୍ଘଟଣା ହୋଇଛି । ବସ ରେ ଥିବା ୪ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିସହ ୫ ଯାତ୍ରୀ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ବେତନୋଟୀ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ ରେ ବାରିପଦା ସହରର ଅଧିକ ଯାତ୍ରୀ ଥିବା ସନ୍ଦେହ କରାଯାଉଛି ।

ସେହିପରି ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବନ୍ଦା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ବସ୍‌ରେ ୪୦ ଊର୍ଦ୍ଧ୍ୱ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୮ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ପ୍ରାୟ ଭୋର ସାଢ଼େ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ଓ ପୋଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି । କ୍ରେନ ଯୋଗେ ଦୁର୍ଘଟଣାଗ୍ରସ୍ତ ବସକୁ ଉପରକୁ ଅଣାଯାଇଛି ।

Leave a comment