ଦୁଇ କାର ମୁହାଁମୁହିଁ ଧକ୍କା : ୨ ମୃତ , ୬ ଜଣ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା କଳିଙ୍ଗିଆ -ଉଦୟଗିରି ରାସ୍ତାର ରାଇପଦା ଗ୍ରାମ ନିକଟ ବୁଲାଣି ରାସ୍ତାରେ ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରମାନଙ୍କୁ ପ୍ରଥମେ ଜି. ଉଦୟଗିରି ମେଡିକାଲ ନେବାପରେ ସେଠାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣାସ୍ଥଳରେ ଜି. ଉଦୟଗିରି ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି।
ସୂଚନାଅନୁସାରେ ଦୁଇ ମୃତକଙ୍କ ସମେତ ସମସ୍ତ ଗୁରୁତର ମାନେ ଟିକାବାଲି ଅଞ୍ଚଳର ବୋଲି ଜଣାପଡ଼ିଛି । ମୃତକ ଦୁଇ ଜଣଙ୍କ ନାମ ପଞ୍ଚ। ସାହୁ ଏବଂ ସୁବାଷ ଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି । ତେବେ କେଉଁ କାରଣ ପାଇଁ ଦୁର୍ଘଟଣା ଘଟିଛି ସେ ନେଇଁ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନାହିଁ ।