ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଅଞ୍ଚଳବାସୀ ଆତଙ୍କିତ

0

ସମ୍ବଲପୁର ଜିଲ୍ଲା ଯୁଯୁମୁରା ନିକଟ 55 ନମ୍ବର ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ ଓ ଗ୍ୟାସ୍‌ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇ 2 ଜଣ ଜୀଅନ୍ତା ଜଳି ଯାଇଥିଲେ। ଦୁର୍ଘଟଣାଗ୍ରସ୍ତ  ଟ୍ୟାଙ୍କରରେ ଏଲ୍‌ପିଜି ଗ୍ୟାସ୍‌ ଥିବା ବେଳେ ତାହା ଲିକ୍ ହେଉଥିବା ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦୁର୍ଘଟଣାସ୍ଥଳକୁ ପୁଲିସ୍‌ ସିଲ୍‌ କରିଦେଇଛି। ଯୁଯୁମୁରା ନିକଟରେ ଜାତୀୟ ରାଜପଥର ଉଭୟ ପାର୍ଶ୍ୱକୁ ସିଲ୍‌ କରି ଦିଆଯାଇଛି।   ଫଳରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ସ୍ଥାନୀୟ ପୁଲିସ୍‌ ପହଞ୍ଚିଛନ୍ତି ।

Leave a comment