କ୍ୟାପିଟାଲ ହସ୍ପିଟାଲରେ ଅଭିଜିତ୍ ଆୟର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶ୍ରୀମନ୍ଦିର, ସୂର୍ଯ୍ୟ ମନ୍ଦିର ତଥା ଓଡ଼ିଶାର କଳା ସଂସ୍କୃତିକୁ ନେଇ ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଦିଲ୍ଲୀର ଖବରଦାତା ଅଭିଜିତ୍ ଆୟର ମିତ୍ରଙ୍କୁ ଅସୁସ୍ଥତା କାରଣରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସର୍ଜରୀ ଓ୍ବାର୍ଡରେ ତାଙ୍କର ଚିକିତ୍ସା ଚାଲିଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି । ଝାରପଡ଼ା ଜେଲରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା
ସୂଚନା ଅନୁସାରେ, ଶୁକ୍ରବାର ଅଭିଜିତ୍ଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ମାନସିକ ବିଭାଗର ଆଉଟ୍ଡୋରରେ ଚିକିତ୍ସା ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଜେଲ୍କୁ ନିଆଯାଇଥିଲା । ମାତ୍ର ଆଜି ପୁଣି ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲକୁ ନିଆଯାଇ ସର୍ଜିକାଲ ସ୍ପେଶାଲିଷ୍ଟଙ୍କ ଦ୍ୱାରା ଚିକିତ୍ସା କରାଯାଉଛି । ତାଙ୍କୁ ସୁସ୍ଥ ହେବା ପାଇଁ ପ୍ରାୟ ୩-୪ଦିନ ଲାଗିବ ବୋଲି ଡାକ୍ତର କହିଛନ୍ତି । ଏବେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ।