ଇଡିରେ ହାଜର ହେଲେ ପୂର୍ବତନ IFS ଅଭୟ ପାଠକ, ଆର୍ଥିକ କାରବାର ନେଇ ପଚରାଉଚରା
![](https://www.odishafast.in/wp-content/uploads/2021/10/download-11.jpeg)
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ପୂର୍ବତନ ଆଇଏଫଏସ ଅଭୟ ପାଠକ । ପୂର୍ବତନ ଆଇଏଫଏସ ଅଭୟ ପାଠକଙ୍କୁ ଜେରା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଭୟ ପାଠକଙ୍କ ଘରୁ ବାହାରିଥିବା ଟଙ୍କା ଓ ଟାଟା କମ୍ପାନୀ ସହ ଆର୍ଥିକ କାରବାର ନେଇ ଚାଲିଛି ପଚରାଉଚରା ।
ପୂର୍ବତନ ଆଇଏଫଏସ ଅଭୟକାନ୍ତଙ୍କୁ ସମନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୮ କୋଟି ଟଙ୍କାର କାରବାର ନେଇ ଇଡିର ଖୋଳତାଡ । ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରୁ ଅଭୟଙ୍କ ଆକାଉଣ୍ଟକୁ କୋଟି କୋଟି ଟଙ୍କା ଯାଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ ଅଭୟ ପାଠକ । ତାଙ୍କୁ ପରେ ଜାମିନ ଦେଇଛନ୍ତି ହାଇକୋର୍ଟ ।
ସୂଚନାଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ IFS ଅଭୟକାନ୍ତଙ୍କ ଘରେ ରେଡ୍ କରାଯାଇଥିଲା । ସେ ଅତିରିକ୍ତ ପିସିସିଏଫ୍ ଭାବେ କାର୍ଯ୍ୟରତ ଥିଲେ । ଏହାସାଙ୍ଗେ ଭିଜିଲାନ୍ସ ପକ୍ଷରୁ ଦେଶରେ ୪ରୁ ଅଧିକ ସ୍ଥାନରେ ରେଡ୍ କରାଯାଇଥିଲା । ଏହି ଚଢାଉରେ IFS ଅଭୟକାନ୍ତଙ୍କ ଅମାପ ସମ୍ପତ୍ତି ବିଷୟରେ ତଥ୍ୟ ପାଇଥିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସରୁ ତଦନ୍ତ ଅନୁଯାୟୀ ଅଭୟକାନ୍ତଙ୍କ ସଂପତ୍ତି ଆୟଠୁ ୪୩୫ ପ୍ରତିଶତ ଅଧିକ ରହିଛି।