ପ୍ରସିଦ୍ଧ ତାମିଲ ଅଭିନେତା ଆନନ୍ଦ କନ୍ନନଙ୍କ ଦେହାନ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରସିଦ୍ଧ ତାମିଲ ଅଭିନେତା ତଥା ଭିଡିଓ ଜକି ଆନନ୍ଦ କନ୍ନନଙ୍କ ୪୮ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗତ ସୋମବାର ଦିନ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କନ୍ନନ କ୍ୟାନ୍ସର୍ ରୋଗ ସହ ଲଢେଇ କରୁଥିଲେ। ତାଙ୍କ ମୃତ୍ୟୁ ହେତୁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି।
ଆନନ୍ଦଙ୍କ ଘନିଷ୍ଠ ବନ୍ଧୁ ତଥା ନିର୍ଦ୍ଦେଶକ ଭେଙ୍କଟ ପ୍ରଭାସ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଅଭିନେତାଙ୍କ ଫଟୋ ସେୟାର କରି ଭେଙ୍କଟ ଲେଖିଛନ୍ତି- ‘ଜଣେ ମହାନ ବନ୍ଧୁ, ଜଣେ ମହାନ ବ୍ୟକ୍ତି ଆଉ ନାହାଁନ୍ତି ।
ଆନନ୍ଦ ୯୦ ଦଶକରେ ଅନେକ ଲୋକପ୍ରିୟ ତାମିଲ ଶୋ’ ହୋଷ୍ଟ କରିଥିଲେ । ସେ ସିଙ୍ଗାପୁର ଭସନ୍ତମ୍ ଟିଭିରୁ ହୋଷ୍ଟ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ଏହା ପରେ ସେ ଚେନ୍ନାଇରେ ପହଞ୍ଚି ସନ୍ ମ୍ୟୁଜିକ୍ ସହିତ ଭିଡିଓ ଜକି ଭାବରେ କାମ କରିବା ଆରମ୍ଭ କରିଥିଲେ । ସେବେଠାରୁ ସେ ପପୁଲାର୍ ଭି.ଜେ. ହୋଇ ରହିଛନ୍ତି । ଆନନ୍ଦ ‘ଅଧିଶାୟା ଉଲଗମ’, ‘ମୁଲୁମ୍ ମାଲାରାମ’ ଏବଂ ଭେଙ୍କଟ ପ୍ରଭୁଙ୍କ ଫିଲ୍ମ ‘ସରୋଜା’ରେ କାମ କରିଛନ୍ତି।

Leave a comment