‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ସାମିଲ ହେଲା ମୟୂରଭଞ୍ଜ, ବରଗଡ଼ ଓ ଦେବଗଡ଼ ଜିଲ୍ଲା, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବରଗଡ ଜିଲ୍ଲାର ବିକାଶ ପାଇଁ ୧୨୬ କୋଟି ଟଙ୍କା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିମଧ୍ୟରୁ ବରଗଡ ବ୍ଲକର ୩୬୬ଟି ପ୍ରକଳ୍ପ ପାଇଁ ୧୩ କୋଟି ୫୦ ଲକ୍ଷ ଟଙ୍କା ଘୋଷଣା କଲେ । ସ୍ଥାନୀୟ ଲୋକମଣ୍ଡପ ପଡ଼ିଆରେ ଅନୁଷ୍ଠିତ ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ଘୋଷଣା କରିଛନ୍ତି ।
ବିଶେଷ ଭାବେ ବରଗଡ ନିର୍ବାଚନ ମଣ୍ଡଳୀ ସଦର ବ୍ଲକର ଗ୍ରାମାଞ୍ଚଳରେ ଯୁବପିଢିଙ୍କ ପାଇଁ ଡିଜିଟାଲ ପ୍ଲାଟଫର୍ମ କିପରି କରିପାରିବେ ସେନେଇ ସ୍କୁଲ କଲେଜ ଠାରୁ ଆରମ୍ଭ କରି ଖେଳ ପଡିଆ ପରି ବିଭିନ୍ନ ୪୯୭ଟି ପ୍ରକଳ୍ପ ପାଇଁ ୧୭ କୋଟି ଟଙ୍କା ଘୋଷଣା କରିଛନ୍ତି ।
ସେହିପରି ଜଗନ୍ନାଥ ସଂସ୍କୃତିର ଉନ୍ନତି ପାଇଁ ଜିଲ୍ଲାର ବହୁ ଗୁଡ଼ିଏ ମନ୍ଦିରର ପୁନଃରୁଦ୍ଧାର କରିବା ସହ ନୂତନ ମନ୍ଦିର, ମସଜିଦ ଓ ଚର୍ଚ୍ଚର ନିର୍ମାଣ ପାଇଁ ଅନୁଦାନ ଘୋଷଣା କରାଯାଇଛି । ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ସମସ୍ତ ୫ଟି ନିର୍ବାଚନ ମଣ୍ଡଳୀରେ ଏହି ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ହଜାର ହଜାର ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ତେବେ ଆଗକୁ ମଧ୍ୟ ବରଗଡ ଜିଲ୍ଲାର ବିକାଶ ପାଇଁ ବହୁ ଗୁଡ଼ିଏ ପ୍ରକଳ୍ପର ଶୁଭାରମ୍ଭ କରାଯିବାର ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ସୂଚନା ଦେଇଥିବା ବେଳେ ଏଥିରେ ମିଶନ ଶକ୍ତିର ବହୁ ମା’ ଭଉଣୀ ସାମିଲ ହୋଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।