ଚିଲିକାଠାରେ ପ୍ରତିଷ୍ଠା ହେବ ଜଳ ବିମାନବନ୍ଦର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଚିଲିକାଠାରେ ଜଳ ବିମାନବନ୍ଦର ପ୍ରତିଷ୍ଠା ହେବ । ଏନେଇ ବିଧିବଦ୍ଧ ଭାବେ ବେସାମରିକ ବିମାନ ଚଳାଚଳ ପାଇଁ ମନ୍ତ୍ରୀ ସୁରେଶ ପ୍ରଭୁ ଅନୁମତି ଦେଇଛନ୍ତି । ଚିଲିକାରୁ ନିୟମିତ ବିମାନ ଚଳାଚଳ କରିବା ଭଳି ବିମାନ ବନ୍ଦର ପ୍ରତିଷ୍ଠା କରାଯିବା ନେଇ ବେସାମରିକ ବିମାନ ଚଳାଚଳ ବିଭାଗ ଏହି ପ୍ରୟାସ ଆରମ୍ଭ କରିଛି ।

ଓଡ଼ିଶାର ଚିଲିକା ଭଳି ଗୁଜରାଟର ସର୍ଦ୍ଦାର ସରୋବର ଡ୍ୟାମ୍ ଓ ସାବରମତୀ ରିର୍ଭର ଫ୍ରଣ୍ଟରେ ମଧ୍ୟ ବିମାନବନ୍ଦର ପ୍ରତିଷ୍ଠା ହେବ । ଜଳାଶୟ ଉପରେ ଏପରି ଅତ୍ୟାଧୁନିକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଲାଇସେନ୍ସ ପ୍ରକ୍ରିୟା ଓ ଏହାର ପ୍ରଦ୍ଧତି ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ ଚଳିତବର୍ଷ ଜୁନ୍‌ରେ ନିୟାମକ ଜାରି କରିଥିଲେ । ଏନେଇ ଓଡ଼ିଶା, ଗୁଜରାଟ, ଆସାମ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳକୁ ବଛା ଯାଇଥିଲା । ଏବେ ଏହି ଜଳ ବିମାନ ବନ୍ଦର ନିର୍ମାଣ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ସୂଚନା ମିଳିଛି ।

Leave a comment