ଏଣିକି ଗାଡିରେ ଲାଗିବ ପାନିକ ବଟନ ସହିତ ଟ୍ରାକିଂ ଡିଭାଇସ

0

ଏଣିକି ଗାଡିରେ ଲାଗିବ ପାନିକ ବଟନ ସହିତ ଟ୍ରାକିଂ ଡିଭାଇସ । ଦୁର୍ଘଟଣା ରୋକିବା ଏବଂ ନିର୍ଦ୍ଦିଷ୍ଟ ବେଗରେ ଯାଉଥିବା ଗାଡି ଉପରେ ଲଗାମ କଷିବାକୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି ।

ଆସନ୍ତା ୨୦୨୩ ବେଳକୁ ଗାଡି କିଣିବା ବେଳେ ଯେଉଁ ପଞ୍ଜିକରଣ ହେଉଛି ସେହି ସମୟରେ ଏହି ଟ୍ରାକିଂ ଡିଭାଇସ ବା ଯନ୍ତ୍ର ଲଗାଇବାକୁ ବାଧ୍ଯତାମୂଳକ କରିଛନ୍ତି । ଆଉ ଯେଉଁମାନେ ୨୦୨୩ ପୂର୍ବରୁ ଗାଡି କିଣିଥିବେ ସେମାନେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଲଗାଇବେ ବୋଲି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ନିର୍ଦ୍ଦେଶ ପାଳନ କରୁଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, କେନ୍ଦ୍ର ସରକାର ପ୍ରଦତ୍ତ ୫୩ ଟି ନିୟମରୁ ୪୪ l ଟି କଡାକଡି ଲାଗୁ ହୋଇଛି । ଅନ୍ୟ ବ୍ୟବସ୍ଥାକୁ ଖୁବଶୀଘ୍ର ଲାଗୁ କରାଯିବ । ୨୦୧୯ ମେ ୧୯ରେ ପ୍ରଥମ ଏହି ଯନ୍ତ୍ରକୁ ବ୍ୟବହାର କରାଯାଇଥିଲା ।

Leave a comment