ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲା ୩ ଜଣିଆ ଏଏସଆଇ ଟିମ୍
ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କଲା ୩ ଜଣିଆ ଏଏସଆଇ ଟିମ୍ । ଏଏସଆଇ ଆଚଂଳିକ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ଟିମ୍ର ଅନୁଧ୍ୟାନ କରିଛନ୍ତି । ଓବିସିସି ଓ ଟାଟା ପ୍ରୋଜେକ୍ଟ କର୍ତ୍ତୁପକ୍ଷଙ୍କ ସହ ଜିଲ୍ଲାପାଳ ମଧ୍ୟ ଅନୁଧ୍ୟାନ ସମୟରେ ଥିଲେ ।
କିନ୍ତୁ ଏହି ମାମଲା ହାଇକୋର୍ଟରେ ଥିବାରୁ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ଏଏସଆଇ କର୍ତ୍ତୁପକ୍ଷ । ସୁଚନା ଅନୁସାରେ ଏଏସଆଇର ବିନା ଅନୁମତିରେ ପରିକ୍ରମା ପ୍ରକଳ୍ପ ପାଇଁ ଖନନ ଓ ନିର୍ମାଣ କାମ ଚାଲିଥିବା ଅଭିଯୋଗ ହୋଇଆସୁଛି । ତେବେ ଏନେଇ କିଛି ଦିନ ହେଲା ବିବାଦ ଚାଲିଛି । ଏସମ୍ପର୍କରେ ଦିଲ୍ଲୀପ କୁମାର ବରାଳ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା କରିଥିଲେ । ଏପ୍ରିଲ ୮ ତାରିଖରେ ମାମଲାର ଶୁଣାଣି କରି ମେ ୧୬ ତାରିଖକୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଥିଲେ କୋର୍ଟ ।
ହେଲେ ନିର୍ମାଣ ସ୍ଥାନର ଏଏସଆଇ ଯୁଗ୍ମ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ମାମଲାର ତ୍ୱରିତ ଶୁଣାଣି ପାଇଁ ଆବେଦନକାରୀ ଅନୁରୋଧ କରିବା ପରେ ପୁଣି ମେ ୯ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି । ଏହାର ୨ ଦିନ ପୂର୍ବରୁ ଅର୍ଥାତ ମେ ୭ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।