କେରଳ ଗଲେ ଅଗ୍ନିଶମ କର୍ମଚାରୀ ଟିମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେରଳରେ ବନ୍ୟା ବିତ୍ପାତ ବହୁ ଧନଜୀବନ ହାନୀ ଘଟାଇଛି । ଏବେ ସୁଦ୍ଧା ରାସ୍ତାଘାଟ, ପୋଲ, ଏୟାରପୋର୍ଟ ସବୁ କିଛି ବର୍ଷା ପାଣିରେ ବୁଡି ରହିଛି । ଆଗକୁ ମଧ୍ୟ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପୂନର୍ବାର ୧୩ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛି । କେରଳର ବନ୍ୟାରେ ଏ ପର୍ଯ୍ୟନ୍ତ ୩୨୪ଜଣଙ୍କ ମୃତ୍ୟୁ ହୋଇଛି । ଓଡିଶା ସରକାର କେରଳ ର ବନ୍ୟା ପୀଡ଼ିତାଙ୍କ ପାଇଁ ୫କୋଟି ଟଙ୍କାର ସହାୟତ ରାଶି ଘୋଷଣା କରିଛନ୍ତି । କେରଳ ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଓଡିଶାରୁ କେରଳ ଯାଇଛନ୍ତି ଉଦ୍ଧାରକାରୀ ଟିମ୍ । ଆଜି ସ୍ୱତନ୍ତ୍ର ବିମାନ ଯୋଗେ ୨୪୦ ଜଣ ଅଗ୍ନିଶମ କର୍ମଚାରୀ, ୭୫ ଟି ସ୍ପୀଡ଼୍ ବୋଟ୍ ଓ କିଛି ଜରୁରୀ ଉପକରଣ ନେଇ ଓଡ଼ିଶାରୁ ଏକ ଟିମ୍ କେରଳ ଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ପରିସ୍ଥିତି ଆକାଶ ମାର୍ଗରୁ ବୁଲି ଦେଖିବା ସହ ବନ୍ୟା ପୀଡିତାଙ୍କ ପାଇଁ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ସୂଚନା ମିଳିଛି ।
କେରଳର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯିବା ସହ କୋଟି ବିମାନ ବନ୍ଦରକୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିବା ସୂଚନା ମିଳିଛି ।