କାର ଧକ୍କାରେ ଛାତ୍ର ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଠଗଡ଼-ମୁଣ୍ଡୁଳୀ ରାସ୍ତାର ବନଖଣ୍ଡି ଠାରେ ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା ରେ ରଶେସ ଦାସ ନାମକ ଛାତ୍ରଙ୍କ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ତୁରଙ୍ଗ ଗାଁର ରଶେସ ଦାସ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଯୁକ୍ତ ତିନିର କମ୍ପ୍ୟୁଟର୍ ସାଇନ୍ସର ପ୍ରଥମ ବର୍ଷର ଛାତ୍ର ଥିଲେ। ସେ ରାଖୀ ପୂର୍ଣ୍ଣିମା ଉପଲକ୍ଷେ ଘରକୁ ଯାଇଥିଲେ । ଗତକାଲି ସେ ବାଇକ ଯୋଗେ କଲେଜକୁ ଫେରିବା ସମୟରେ କଟକ ଜିଲ୍ଲା ବନଖଣ୍ଡି ଠାରେ ଏକ ୱାଗନର୍‌ କାର୍ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟାଇଥିବ କାର ଟି ସେ ସ୍ଥାନରୁ ଖସି ପଳାଇଥିଲା । ଗୁରୁତର ଅବସ୍ଥାରେ ରଶେସଙ୍କୁ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a comment