ଏମାର ମଠ ପରିସରରୁ ବାହାରିଲା ଭଗ୍ନ ସିଂହ ମୂର୍ତ୍ତି
ପୁରୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୀ ଏମାର ମଠ ପରିସରରୁ ବାହାରିଲା ପ୍ରାଚୀନ ସିଂହ ମୂର୍ତ୍ତି। କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତିଟି ଖନନ ସମୟରେ ଭାଙ୍ଗି ଯାଇଥିବା ସୂଚନା । ଏହା ସହ ଜିପିଆର ସର୍ଭେ ହୋଇନଥିବାରୁ ଏପରି ଘଟିଥିବା ଅଭିଯୋଗ ହୋଇଛି । ଏକ ପ୍ରାଚୀନ ସିଂହ ମୂର୍ତ୍ତିର ଫଟୋ ସଂଲଗ୍ନ କରି ଏଏସ୍ଆଇ ହାଇକୋର୍ଟଙ୍କୁ ଏନେଇ ଅବଗତ କରାଇଛି । ତେବେ ଏତେ ବଡ ବଡ ଖନନ ହୋଇଥିବାରୁ ଆହୁରି ଅନେକ ଏପରି ପ୍ରାଚୀନ ମୂର୍ତ୍ତି ମିଳିଥିବାର ସନ୍ଦେହକୁ ଏଡ଼ାଇ ଦିଆଯାଇ ନପାରେ । ଆହୁରି ଅନେକ ମାଟି ତଳେ ରହିଥିବାର ମଧ୍ୟ ଅନୁମାନ କରାଯାଏ ।
ବିନା ଗ୍ରାଉଣ୍ଡ ପେନିଟ୍ରେସନ ରାଡ଼ାର ସର୍ଭେରେ ଏପରି ଖନନ ହେଉଥିବାରୁ ଏବେ ମାଟି ତଳେ ରହିଥିବା ପ୍ରାଚୀନ କିର୍ତ୍ତି ରାଜି ସହ ମାଟି ତଳେ ପୋତି ହୋଇ ରହିଥିବା ପ୍ରାଚୀନ ଐତିହ୍ୟର ଅଂଶ ବିଶେଷ ପ୍ରତି ମଧ୍ୟ ଦେଖାଦେଇଛି ବିପଦ । ଏବେ ଏମାରମଠ ଖୋଳାସ୍ଥାନରେ ଏକ ମୂର୍ତ୍ତି ଦେଖିବାକୁ ମିଳିଛି ।