ଛୁରାମାଡ଼ରେ ଯୁବକ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱରରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଛୁରାମାଡ଼ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ବାଲେଶ୍ୱର ସହରର ବାଲୁବଜାର ଅଞ୍ଚଳର ସେକ୍‌ ସର୍‌ଫରାଜ୍‌ ନାମକ ଜଣେ ଯୁବକ ଛୁରାମାଡ଼ରେ ଗୁରୁତର ଆହତ ହୋଇଛନ୍ତି । ବାଲେଶ୍ୱର ସହରରେ ଆଖଡ଼ା ଶୋଭାଯାତ୍ରା ବେଳେ ସେକ୍‌ ବାଲୁକା ବଜାର ଆଖଡ଼ା ଦଳ ସହିତ ଯାଉଥିଲେ । ପୂର୍ବରୁ ତାଙ୍କ ସହ ଶତ୍ରୁତା ଥିବା କିଛି ଯୁବକ ବାଲୁକା ବଜାର ଅଞ୍ଚଳରେ ସର୍‌ଫରାଜ୍‌ଙ୍କୁ ଅପେକ୍ଷା କରି ରହିଥିଲେ । ଆଖଡ଼ା ଶୋଭାଯାତ୍ରା ବାଲୁକା ବଜାରରେ ପହଞ୍ଚିବା କ୍ଷଣି ସେମାନେ ପ୍ରଥମେ ମାରପିଟ କରିଥିଲେ । ତା’ପରେ କେହି ଜଣେ ତାଙ୍କୁ ଛୁରା ମାଡ଼ କରିଥିଲା ।

ସର୍‌ଫରାଜ୍‌ଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଫୁସ୍‌ଫୁସ୍‌ରେ ଛୁରୀ ବାଜିଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ପୁଲିସ୍‌ ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

Leave a comment