ପ୍ରେମ କରିବା ପଡିଲା ମହଙ୍ଗା, ଉଲଗ୍ନ କରି ମାରିଲେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମ ବଦଳରେ ଦଣ୍ଡ ମିଳିଲା ଉଲଗ୍ନ କରି ମାଡ ମାରିବା । ଏଭଳି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ମେରାଇନ ଥାନା ଅନ୍ତର୍ଗତ ରେକ୍ଟା ଗାଁରୁ ।

ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ତାଳଚୁଆ ମେରାଇନ ଥାନା ଅନ୍ତର୍ଗତ ରେକ୍ଟା ଗାଁର ସଦାନନ୍ଦ ଜେନାଙ୍କ ପୁଅ ଶିକାରୀପାହି ଗ୍ରାମର ବୁଲୁ ଜେନାଙ୍କ ନିକଟରେ କାମ କରୁଥିଲେ । ବୁଲୁ ଜେନାଙ୍କ ଝିଅ ସହ ଯୁବକ ଜଣଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ଘରୁ ପଳାଇ ଆସି ବିବାହ କରି ଭୁବନେଶ୍ୱର ରେ ରହୁଥିଲେ । ସେମାନେ ଭୁବନେଶ୍ୱର ରେ ଥିବା ଖବର ପାଇବା ପରେ ଗତକାଲି ତାଳଚୁଆର ୭ରୁ ୮ଜଣ ଲୋକ ଯୁବକଙ୍କୁ ଭୁବନେଶ୍ୱରରୁ ଗାଁକୁ ଆଣିଥିଲେ । ସରପଞ୍ଚ ଓ ଗ୍ରାମର କିଛି ଲୋକ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଉକ୍ତ ଯୁବକକୁ ଉଲଗ୍ନ କରି କାଠଫାଳିଆରେ ମାଡ ମାରିବା ସହ ତାଙ୍କ ଉଲଗ୍ନ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି ବୋଲି ଉକ୍ତ ଯୁବକ ଅଭିଯୋଗ କରଛନ୍ତି । ବର୍ତ୍ତମାନ ସେ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି ।

Leave a comment