ଦୁଇ ଡାକ୍ତରଙ୍କ କଳି ରେ ରୋଗୀର ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡାକ୍ତର ଅଭାବରୁ ଆମ ରାଜ୍ୟରେ ରୋଗୀ ମୃତ୍ୟୁ ହେବ ନୂଆ କଥା ନୁହେଁ, କିନ୍ତୁ ଦୁଇ ଡାକ୍ତରଙ୍କ କଳିରୁ ଜଣେ ରୋଗୀ ମୃତ୍ୟୁ ମୁଖରେ ପଡିବା ଭଳି ଏକ ସଙ୍ଗିନ ଘଟଣା ଆଜି ଢେଙ୍କାନାଳ ଜିଲ୍ଲାରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଳା ଗଁଦିଆ ଅଞ୍ଚଳର ଗୁଣ୍ଡୁରାପଶି ଗାଁର ତ୍ରୈଲୋକ୍ୟ ସାହୁଙ୍କ ଛାତିରେ ଯନ୍ତ୍ରଣା ହେବାରୁ, ତାଙ୍କୁ ପ୍ରଥମେ ଗଁଦିଆ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଥିଲେ । ରୋଗୀ ଜଣକ ଢେଙ୍କାନାଳ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ଆଉଟ ଡୋର ରେ ଥିବା ଡାକ୍ତର ତାଙ୍କୁ ଦେଖି ୪ର୍ଥ ମହଲା ଥିବା ମେଡିସିନ ୱାଡ଼କୁ ଯିବାକୁ କହିଥିଲେ । ରୋଗୀଙ୍କ ସମ୍ପର୍କୀୟ ମାନେ ତାଙ୍କୁ ୪ର୍ଥ ମହଲା କୁ ଟେକି ଟେକି ନେଇଥିଲେ । ସେଠାରେ ପହଁଚିବା ପରେ ସେଠାରେ ଥିବା ଡାକ୍ତର ତାଙ୍କୁ ଚିକିତ୍ସା କରିବା ପାଇଁ ମନା କରିଥିଲେ ଏବଂ ଯେଉଁ ଡାକ୍ତର ପଠେଇଛନ୍ତି, ସିଏ ଚିକିତ୍ସା କରିବେ ବୋଲି କହିଥିଲେ । ରୋଗୀ ଙ୍କ ସମ୍ପର୍କୀୟ ମାନେ ଆଉଟ ଡୋରରେ ଥିବା ଡାକ୍ତର ଙ୍କୁ ଏହି କଥା ଅବଗତ କରାଇବା ପରେ, ତାଙ୍କୁ ଉପରକୁ ଆସି ରୋଗୀ ଙ୍କୁ ଚିକିତ୍ସା କରିବା ପାଇଁ ଅନୁରୋଧ କରିଥିଲେ । ଆଉଟ ଡୋର ରେ ଥିବା ଡାକ୍ତର ମୋନଜ ଦାସ ୱାଡ଼କୁ ଆସିବାପରେ ସେହି ୱାଡ଼ରେ ଆଗରୁ କାର୍ଯ୍ୟରତ ଥିବା ଡାକ୍ତର ଏବଂ ଆଉଟ ଡୋରରେ କାର୍ଯ୍ୟରତ ଡାକ୍ତର ମୋନଜ ଦାସଙ୍କ ମଧ୍ୟରେ ରୋଗୀ ଙ୍କୁ କିଏ ଚିକିତ୍ସା କରିବ ବୋଲି ଯୁକ୍ତିତର୍କ ହୋଇଥିଲା । ପରବର୍ତ୍ତୀ ଅବସ୍ଥାରେ ଉଭୟ ଡାକ୍ତର ଅଫିସ କୁ ଯାଇ ଯୁକ୍ତିତର୍କ ବ୍ୟସ୍ତ ଥିଲା ବେଳେ ରୋଗୀ ଙ୍କୁ କିଛି ବି ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇନଥିଲା । ଯାହାର ପରିଣାମ ସ୍ୱରୂପ ଚିକିତ୍ସା ଅବହେଳାରୁ ରୋଗୀଟିର ମୃତ୍ୟୁ ଘଟିଥିବା ତ୍ରୈଲୋକ୍ୟଙ୍କ ଭାଇ ରବିନାରାୟଣ ସାହୁ ଅଭିଯୋଗ କରିଛନ୍ତି ।

ଏହାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବାସୁଦେବ ବେହେରା ତଦନ୍ତ ନିର୍ଦେଶ ଦେବାସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯିବବୋଲି କହିଛନ୍ତି ।

Leave a comment