ବର୍ଷାଙ୍କ ଥାନାର ଦ୍ୱାରସ୍ତ ପରେ ଅନୁଭବଙ୍କ ନୂଆ ଭିଡିଓ ଜାରି

0

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗୋଟିଏ ପରେ ଗୋଟିଏ ଭିଡିଓ କରି ଅନୁଭବ ବର୍ଷାଙ୍କ ଉପରେ ଅଭିଯୋଗ ଆଣିଛନ୍ତି। ଏହାସହ ଆଜି ହେଉଛି ଡୋମେନଷ୍ଟିକ ଭାଇଲେନ୍ସର ଶୁଣାଣି ରହିଛି ଉଭୟଙ୍କର। ତେବେ ଆଜି କୋର୍ଟ କେଉଁ ନିଷ୍ପତ୍ତି ଦେୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆ ଓ୍ୱାର ତେଜିବାରେ ଲାଗିଛି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ତ ହେବା ପରେ ପୁଣିଥରେ ସାଂସଦ ଅନୁଭବ ମହାନ୍ତି ଜାରି କରିଛନ୍ତି ନୂଆ ଭିଡିଓ। ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି ।

ଏହାପରେ ପାଲଟା ଭିଡିଓ ଜାରି କରିଛନ୍ତି ଅନୁଭବ । ସେ କହିଛନ୍ତି ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଛାଡପତ୍ର ମାମଲା ମିଡିଆରେ ପ୍ରସାରଣ ନ ହେବାକୁ କୋର୍ଟରେ ଅପିଲ୍ କରିଥିଲେ । କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ । ଆଉ ବର୍ଷା ହିଁ ପ୍ରଥମେ ମିଡିଆକୁ ସବୁ କିଛି କହିଥିଲେ। ତେବେ ଅନୁଭବ ଏହି ଭିଡିଓ ମାଧ୍ୟମରେ ଅନେକ କଥା କହିଛନ୍ତି। ଏହାସହ ଆମେ ଆଉ ଏକାଠି ରହିପାରିବାନି ବୋଲି ମଧ୍ୟ ଅନୁଭବ ବର୍ଷାଙ୍କୁ ଭିଡିଓ ମାଧ୍ୟମରେ କହିଛନ୍ତି।

Leave a comment