ସିଂହ ଖୁଆଡ଼କୁ ଡେଇଁଲେ ଯୁବକ, ପଢନ୍ତୁ ପୁରା ଘଟଣା, ଭିଡ଼ିଓ ହେଲା ଭାଇରଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଚିଡ଼ିଆଖାନାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ରେହାନ ଖାନ ନାମକ ଏକ ୨୮ବର୍ଷୀୟ ଯୁବକ ଦିଲ୍ଲୀ ଚିଡ଼ିଆଖାନାରେ ସିଂହ ଖୁଆଡ଼ ପାଖରେ ଠିଆ ହୋଇଥିବା ବେଳେ ହଠାତ ଖୁଆଡ଼ ଭିତରକୁ ଡେଇଁପଡିଥିଲା । ଚିଡ଼ିଆଖାନାରେ ଥିବା ପର୍ଯ୍ୟଟକ ପାଟିତୁଣ୍ଡ କରିବାରୁ ଚିଡ଼ିଆଖାନା କର୍ମଚାରୀ ଏହା ସମ୍ୱନ୍ଧରେ ଜାଣିବାକୁ ପାଇଥିଲେ । ଚିଡ଼ିଆଖାନା କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ରେହାନକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଉଦ୍ଧାର ଯୁବକକୁ ପୋଲିସ ଜିମାରେ ଦିଆଯାଇଛି ।

ସୂଚନା ଅନୁଯାୟୀ, ବିହାରର ଚେମ୍ପରାଣ ଜିଲ୍ଲାର ରେହାନ ଖାନ(୨୮) ଗତକାଲି ସନ୍ଧ୍ୟାରେ ଦିଲ୍ଲୀ ଚିଡିଆଖାନା ବୁଲିବା ସମୟରେ ୮ଫୁଟ ଗଭୀର ସିଂହ ଖୁଆଡ଼କୁ ଡେଇଁପଡିଥିଲେ । ସେ ସିଧା ଯାଇ ସିଂହ ସମ୍ମୁଖରେ ବସି ପଡିଥିଲେ । ଏ ଖବର ସିଂହ ଖୁଆଡ଼ କର୍ମଚାରୀ ଜାଣିବା ପରେ ଆରମ୍ଭ ହୋଇଥିଲା ରେସକ୍ୟୁ ଅପରେସନ । ପ୍ରଥମେ କର୍ମଚାରୀ ମାନେ ସିଂହର ଧ୍ୟାନ ଅନ୍ୟଦିଗକୁ ନେଇ ଥିଲେ । ତାପରେ ସିଂହଟିକୁ ରେହାନ ଠାରୁ ଦୁରକୁ ନେଇଥିଲେ । ଏହା ପରେ ସିଂହକୁ ଟ୍ରାଙ୍କୁଲାଇଜ କରି ବେହୋସ କରାଯାଇଥିଲା । ଏହାପରେ ଯୁବକଟିକୁ ଉଦ୍ଧାର କରାଯାଇ ପୋଲିସ ଜିମାରେ ଦିଆଯାଇଥିଲା । ଯୁବକ ଜଣକୁ ସୁରକ୍ଷିତ ବଞ୍ଚାଇବା ପ୍ରକ୍ରିୟା କୁ ୧୫ମିନିଟ ସମୟ ଲାଗିଥିଲା । ସୌଭାଗ୍ୟ ବଶତଃ ସେତିକି ସମୟ ମଧ୍ୟରେ ସିଂହ ଟି ରେହାନର କୌଣସି କ୍ଷତି କରିନଥିଲା । ରେହାନକୁ ପୋଲିସ ପଚରାଉଚୁରା କରିବା ସମୟରେ ତାର ମାନସିକ ସ୍ଥିତି ଠିକ ନଥିବା ଜାଣିବାକୁ ପାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡ଼ିଓ ଭାଇରଲ ହେବାରେ ଲାଗିଛି ।

Leave a comment