ପୋଲିସ ବୋଲି ପରିଚୟ ଦେଇ ଲୂଟିଲେ ସୁନା

0

ଓଡିଶା ଫାଷ୍ଟ(ବ୍ୟୁରୋ): ନିଜକୁ ପୋଲିସ ବୋଲି ପରିଚୟ ଦେଇ ମହିଳାଙ୍କଠାରୁ ଲୁଟି ନେଲେ ସୁନା । ବ୍ରହ୍ମପୁର ସୀତାଦେବୀ ଖଡାଙ୍ଗା ଛାତ୍ରୀନିବାସ ସାମ୍ନାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସବୁଦିନ ପରି ଗୋଷାଣୀ ନୂଆଗାଁ ର ସଂଯୁକ୍ତା ପାଢ଼ୀ ନାମକ ଜଣେ ମହିଳା ମର୍ଣ୍ଣିଂ ଓ୍ୱାକରେ ଯାଇଥିଲେ । ସେ ମର୍ଣ୍ଣିଂ ଓ୍ୱାକ ରୁ ଫେରିବା ସମୟରେ ୪ ଜଣ ବ୍ୟକ୍ତି ନିଜକୁ ପୋଲିସ କହି ପରିଚୟ ଦେବା ପରେ ସଂଯୁକ୍ତା ପିନ୍ଧି ଥିବା ସୁନା ଗହଣା କୁ ଦାୟିତ୍ବ ରେ ରଖିବାକୁ କହିଥିଲେ । ସଂଯୁକ୍ତା ସେମାନଙ୍କୁ ପୋଲିସ ଭାବି ସେ ପିନ୍ଧିଥିବା ହାର, ମୁଦି ଓ ଚୁଡ଼ି ଓହ୍ଲାଇ ଦେଇଥିଲେ । ବାସ ଏହି ମଉକା ଅପେକ୍ଷାରେ ଥିଲେ ସେମାନେ । ସଂଯୁକ୍ତା ଯେମିତି ସବୁ ସୁନା ଖୋଲି ରଖିବାକୁ ଯାଉଥିଲେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ସବୁ ସୁନା ନେଇ ଚମ୍ପଟ ମାରିଲେ । ଘରକୁ ଫେରି ସଂଯୁକ୍ତା ସମସ୍ତେ ଘଟଣା କହିବାପରେ ଏନେଇ ସେ ବ୍ରହ୍ମପୁର ଟାଉନ ଥାନା ରେ ଅଭିଯୋଗ କରିଥିଲେ । ଲୂଟ ହୋଇଥିବା ସୁନା ପ୍ରାୟ ୧୫ ଭରି ହେବ ବୋଲି ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ବ୍ରହ୍ମପୁର ଟାଉନ ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛି ।

Leave a comment

You cannot copy content of this page