କୂଅଖାଇ ନଈକୁ ଡେଇଁ ଥିବା ମହିଳା ଜୀବନ୍ତ ଉଦ୍ଧାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହଂସପାଳସ୍ଥିତ କୁଆଖାଇ ନଦୀକୁ ଡେଇଁ ଜଣେ ମହିଳା ନିଖୋଜ ହୋଇଯାଇଥିଲେ । ନିଖୋଜ ହୋଇଥିବା ମହିଳା ଜଣଙ୍କ ନୂଆପଲ୍ଲୀ ବେହେରାସାହିରେ ରହୁଥିବା ସୁମିତ୍ରା ଦାସ (୫୫)। ଦମକଳ ବାହିନୀ ଦ୍ୱାରା ସୁମିତ୍ରାଙ୍କୁ ଟଙ୍କପାଣି ବ୍ରିଜ ପାଖରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଗଲା।

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୨ଟା ୩୦ ସମୟରେ ସୁମିତ୍ରା ଝିଅ ସହ ଏକ ସ୍କୁଟିରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିଲେ। ହଂସପାଳ ନିକଟସ୍ଥ କୁଆଖାଇ ପୋଲ ଉପରୁ ହଠାତ ସେ ନଦୀକୁ ଡେଇଁ ପଡ଼ିଥିଲେ। ଝିଅ ପାଟି କରିବାରୁ ଲୋକେ ପୋଲିସ ଓ ଦମକଳକୁ ଖବର ଦେଇଥିଲେ। ଦମକଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଦମକଳ ବାହିନୀ ସୁମିତ୍ରାଙ୍କୁ ଟଙ୍କପାଣି ବ୍ରିଜ ପାଖରୁ ଜୀବନ୍ତ ଉଦ୍ଧାର କରିଛି। ତେବେ ଘରୋଇ କଳିକୁ ନେଇ ଏଭଳି ଘଟିଥିବା ପୋଲିସ ଜାଣିବାକୁ ପାଇଛି। ଅଧିକ ତଥ୍ୟ ଲାଗି ପୋଲିସ ଝିଅକୁ ଅଟକ ରଖି ପଚରାଉଚରା କରିଛି।

Leave a comment