ମହାନଦୀ ପୋଲରୁ ୩୦ ଫୁଟ୍ ତଳକୁ ଖଡ଼ିଲା ବସ, ଉଦ୍ଧାର କାର୍ଯ୍ୟ ଜାରି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ମହାନଦୀ ପୋଲରୁ ଏକ ଯାତ୍ରୀବାହୀ ବସ ୩୦ ଫୁଟ୍ ତଳକୁ ବସଟି ଖସିପଡ଼ିଛି । ମଇଁଷିକୁ ବସଟି ଧକ୍କା ଦେବାରୁ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଦୁର୍ଘଟଣା ସ୍ଥଳରେ ଏକ ମଇଁଷିର ମୃତଦେହ ପଡିରହିଛି ।ଆହତମାନଙ୍କ ଉଦ୍ଧାର ପାଇଁ ପୋଲିସ, ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀ ଓ ୯ଟି ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଅନ୍ଧାର ହେତୁ ଉଦ୍ଧାର କାର୍ଯ୍ୟ ରେ ବିଳମ୍ବ ଘଟୁଥିବା ବେଳେ ମୃତାହତ ଙ୍କ ସଂଖ୍ୟା ମିଳିପାରିନାହିଁ।
ସୂଚନା ଅନୁଯାୟୀ, ଆଜି ସଂଧ୍ୟାରେ ଜଗନ୍ନାଥ ନାମକ ଏକ ବସ ଅନୁଗୁଳ ତାଳଚେରରୁ କଟକ ଆସିବା ବାଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବସଟି ମଇଁଷିକୁ ଧକ୍କା ଦେଇ ବ୍ରିଜର ବାଡ ଭାଙ୍ଗି ୩୦ ଫୁଟ୍ ତଳକୁ ଖସିପଡ଼ିଥିଲା । ତେବେ ବସଟି ପାଣିରେ ନପଡ଼ି ବାଲିରେ ପଡ଼ିଥିଲା । ବର୍ତ୍ତମାନ ସୁଦ୍ଧା ୩୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଉଦ୍ଧାର କରାଯାଇଛି । ବସରେ କେତେ ଜଣ ଯାତ୍ରୀ ଥିଲେ ସେ ସମ୍ବନ୍ଧରେ ସଠିକ ଭାବରେ ଜଣାପଡ଼ିନଥିବା ବେଳେ ପୋଲିସର ତଦନ୍ତ ଜାରି ରଖିଛି । ଅନ୍ଧାର ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ୯ଟି ଆମ୍ବୁଲାନ୍ସ ଯୋଗେ ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ସେଠାରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିପାରିନାହାନ୍ତି ।