ଶିବ ଦର୍ଶନ ରହିଲା ଅଧାରେ , ଦୁର୍ଘଟଣା ବୋଲବମ୍‌ ଭକ୍ତଙ୍କ ମୃତ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ରକ୍‌ ଧକ୍କାରେ ଜଣେ ବୋଲବମ୍‌ ଭକ୍ତ ମୃତ । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ କେଉଟ ସୁନପୁର ଅଞ୍ଚଳର ଭିକାରୀ ବେହେରା ଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ଗତକାଲି ରାତି ୧୦:୩୦ ସମୟରେ ଗଞ୍ଜାମ ଜିଲ୍ଲା ରଣ୍ଢା ଓ ଗୋଳନ୍ଥରା ମଝିରେ ଏକ ଟ୍ରକ୍‌ ଧକ୍କାରେ କେଉଟ ସୁନପୁର ଅଞ୍ଚଳର ଭିକାରୀ ବେହେରା ନାମକ ଜଣେ ବୋଲବମ୍‌ ଭକ୍ତଙ୍କ ମୃତ୍ୟୁ ଘଟିଛି । ସେ ଗୋଳନ୍ଥରା ସ୍ଥିତ ଇଶନେଶ୍ୱର ମନ୍ଦିରକୁ ପାଣି ଢାଳିବାକୁ ଯାଉଥିଲେ। ସ୍ଥାନୀୟ ଲୋକେ ଭିକାରୀଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a comment