ମାଡି ଆସୁଛି ବାତ୍ୟା, ୧୩ଟି ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ପାଣିପାଗ ବିଭାଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଡ଼ିଆସୁଛି ବାତ୍ୟା । ବଙ୍ଗୋବସାଗର ରେ ସୃଷ୍ଟି ହୋଇଥିବା ଅବପାତ ଗୋପାଳପୁର ଠାରୁ ମାତ୍ର ୭୨୦କିଲୋମିଟର ଦୂରରେ ଅଛି । ଏହି ଅବପାତ ଏବେ ଓଡିଶା ଓ ଆନ୍ଧ୍ରର ଆଡକୁ ତୀବ୍ର ଗତିରେ ମାଡି ଆସୁଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆଶା କରାଯାଉଛି ।
ସେହିପରି, ଆରବ ସାଗରରେ ସୃଷ୍ଟି ହୋଇଥିବା ଅନ୍ୟ ଏକ ଲଘୁଚାପ ଡିପଡିପ୍ରେସନର ରୂପ ନେଇଛି ଏହା ଘଣ୍ଟା ପ୍ରତି ୧୪ କିମି ବେଗରେ ପଶ୍ଚିମ ଆଡକୁ ଗତି କରୁଛି । ବର୍ତ୍ତମାନ ଏହା ଲାକ୍ଷା ଦ୍ୱୀପଠାରୁ ୯୮୦କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଏହା ମହାବାତ୍ୟାର ରୂପ ନେଇପାରେ । ଏହି ସମୟରେ ଘଣ୍ଟାପ୍ରତି ୧୩୦କିମି ବେଗରେ ପବନ ବହିବାର ଆଶଙ୍କା କରାଯାଉଛି । ଏହାର ପ୍ରଭାବରେ ତାମିଲନାଡୁ, ପଣ୍ଡିଚେରୀ, କେରଳ ଓ ଲାକ୍ଷାଦ୍ୱୀପରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ପାଣିପାଗ ବିଭାଗ ।
ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟ ଉପରେ ପଡିବାର ସମ୍ଭାବନା ଥିବାରୁ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଓଡିଶା ସହ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡୁ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ, ଗୋଆ, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ, ଡାମନ ଓ ଡିଉ, ଲାକ୍ଷାଦ୍ୱୀପ,ଏବଂ ଦାଦ୍ରା ନଗରହାବେଳିର ସରକାରଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।